ଦେଶରେ କରୋନର ଲମ୍ବାଡିଆଁ, ୨୪ ଘଣ୍ଟାରେ ୩୩, ୭୫୦ ନୂଆ ସଂକ୍ରମିତ

ଦେଶରେ କରୋନର ଲମ୍ବାଡିଆଁ, ୨୪ ଘଣ୍ଟାରେ ୩୩, ୭୫୦ ନୂଆ ସଂକ୍ରମିତ

ଦେଶରେ କରୋନର ଲମ୍ବାଡିଆଁ, ୨୪ ଘଣ୍ଟାରେ ୩୩, ୭୫୦ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଏବେ ଲମ୍ବା ଡିଆଁ ମାରୁଛି କରୋନା  ଓମିକ୍ରନ୍ ଭାରିଏଣ୍ଟ ଭାରତରେ ପ୍ରବେଶ କରିବା ଦିନ ଠାରୁ ଦୈନିକ ସଂକ୍ରମଣରେ ବ୍ରେକ ଲାଗୁନି। ଗୋଟିଏ ଦିନ ପୂର୍ବରୁ ୨୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଏହା ୩୩ ହଜାର ପାର କରିଛି।

ସେହିପରି ଓମିକ୍ରନ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ଆଜି ୧୭ଶହ ଛୁଇଁଛି। ୫୧୦ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ସହ ମହାରାଷ୍ଟ୍ର ୧ନଂ ସ୍ଥାନରେ ଥିବା ବେଳେ ୩୫୧ ସହ ଦିଲ୍ଲୀ ଦ୍ୱିତୀୟରେ ରହିଛି। ଏଯାଏ ୧୭ ଶହ ଆକ୍ରାନ୍ତଙ୍କ ମଧ୍ୟରୁ ୬୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କେରଳରେ ୧୫୬ ଜଣ, ଗୁଜରାଟରେ ୧୩୬, ତାମିଲନାଡୁରେ ୧୨୧, ରାଜସ୍ଥାନରେ ୧୨୦, ତେଲେଙ୍ଗାନାରେ ୬୭, କର୍ଣ୍ଣାଟକାରେ ୬୪, ହରିଆଣାରେ ୬୩, ଓଡ଼ିଶାରେ ୩୭, ପଶ୍ଚିମବଙ୍ଗରେ ୨୦, ଆନ୍ଧ୍ରରେ ୧୭, ମଧ୍ୟପ୍ରଦେଶରେ ୯, ଉତ୍ତର ପ୍ରଦେଶରେ ୮, ଉତ୍ତରାଖଣ୍ଡରେ ୮, ଚଣ୍ଡିଗଡ଼ରେ ୩, ଜମ୍ମୁ-କଶ୍ମୀରରେ ୩, ଆଣ୍ଡାମାନ ନିକୋବରରେ ୨, ଗୋଆ, ହିମାଚଳ, ଲଦାଖ, ମଣିପୁର ଓ ପଞ୍ଜାବରେ ଜଣେ ଲେଖାଏ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି।

ସେହିପରି ଦିନକରେ ୧୨୩ ଜଣ ପ୍ରାଣ ହରାଇବାରୁ ମୋଟ ମୃତକଙ୍କ ସଂଖ୍ୟା ୪,୮୧,୮୯୩ରେ ପହଞ୍ଚିଛି। 

ଭାରତରେ ଆରୋଗ୍ୟ ହାର ୯୮.୨% ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ୨୪ ଘଣ୍ଟାରେ ୧୦,୮୪୬ ଜଣ ସୁସ୍ଥ ହୋଇଛନ୍ତି। ଏଥିଯୋଗୁ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୪୨,୯୫,୪୦୭ରେ ପହଞ୍ଚିଛି। ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୪୫,୫୮, ଯାହା ଗତକାଲି ତୁଳନାରେ ୨୨,୭୮୧ ଅଧିକ।