ଉତ୍ତରପ୍ରଦେଶ, ଗୋଆ, ଉତ୍ତରାଖଣ୍ଡରେ ସରକାର କରିପାରେ ବିଜେପି!

ଉତ୍ତରପ୍ରଦେଶ, ଗୋଆ, ଉତ୍ତରାଖଣ୍ଡରେ ସରକାର କରିପାରେ ବିଜେପି!

ଉତ୍ତରପ୍ରଦେଶ, ଗୋଆ, ଉତ୍ତରାଖଣ୍ଡରେ ସରକାର କରିପାରେ ବିଜେପି!

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ୫ ରାଜ୍ୟର ନିର୍ବାଚନରେ। ଏଥିରେ ତିନି ରାଜ୍ୟ ଉତ୍ତରପ୍ରଦେଶ, ଗୋଆ ଏବଂ ଉତ୍ତରାଖଣ୍ଡରେ ଭାରତୀୟ ଜନତା ପାର୍ଟିର ବିଜୟ ସମ୍ଭାବନା ଅଧିକ ରହିଥିବା ବେଳେ ପଞ୍ଜାବ କିନ୍ତୁ ସମସ୍ତଙ୍କୁ ଚମକାଇ ଦେବ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଟାଇମ୍ସ ନାଓ ନବଭାରତ ପାଇଁ ଭେଟୋ ନାମକ ଗୋଟିଏ ସଂସ୍ଥା ଲୋକଙ୍କ ମତକୁ ନେଇ ସର୍ଭେ ରିପୋର୍ଟ ପ୍ରକାଶ କରିଛି। ସର୍ଭେ ରିପୋର୍ଟ ଅନୁଯାୟୀ, ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ ସବୁ ରାଜନୀତିକ ଦଳକୁ ପଛରେ ପକାଇବ। ତେବେ ଉତ୍ତରପ୍ରଦେଶରେ ବିଜେପି ୨୩୦ରୁ ୨୪୯ଟି ଆସନ ପାଇବାକୁ ଥିବା ବେଳେ ସର୍ଭେରେ ସମାଜବାଦୀ ପାର୍ଟିକୁ ୧୩୭ରୁ ୧୫୨ ଆସନ ପାଇପାରେ ବୋଲି ଦର୍ଶାଯାଇି। ବିଏସ୍‌ପି ୯ରୁ ୧୪ ଓ କଂଗ୍ରେସ ୭ ଆସନ ପାଇବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରାଯାଇଛି। ସେହିପରିଇୟଗ୍ଦ ଭଚ୍ଚ

 

ଉତ୍ତରାଖଣ୍ଡରେ ବିଜେପି ବେଶ ଆରାମରେ କ୍ଷମତା ବଜାୟୀ ରଖିବ ବୋଲି ସର୍ଭେରେ କୁହାଯାଇଛି। ରାଜ୍ୟର ୭୦ଟି ଆସନରୁ ବିଜେପି ୪୨ରୁ ୪୮ଟି ସ୍ଥାନରେ ଜିତିବ। କଂଗ୍ରେସ ୧୨ରୁ ୧୬ ଓ ଆପ୍ ୪ଟିରୁ ୭ଟି ଆସନରେ ଜିତି ବିଧାନସଭାରେ ପ୍ରବେଶ ପାଇଁ ଯୋଗ୍ୟତା ଅର୍ଜନ କରିବ।

ଅନ୍ୟାନ୍ୟ ଦଳ ୦ରୁ ୨ଟି ଆସନ ଜିତି ପାରନ୍ତି। ବିଜେପି ଉତ୍ତରାଖଣ୍ଡରେ ପୁଣି ସରକାର ଗଠନ ପାଇଁ ବହୁମତ ପାଇବାକୁ ଥିଲେ ହେଁ ଦଳର ଆସନ ସଂଖ୍ୟା ହ୍ରାସ ପାଇବ। 

ଗୋଆରେ ହୋଇଥିବା ସର୍ଭେ ଯଦି ସତ ହୁଏ, ତା’ହେଲେ ଆପ୍ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହେବ। ଏଠାରେ ପୁଣି ବିଜେପି ସରକାର ଗଠନ କରିବ। ହେଲେ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ହରାଇବ। ୨୦୧୭ରେ କଂଗ୍ରେସ ସର୍ବବୃହତ୍ତ ଦଳ ଭାବେ ସାମ୍ନାକୁ ଆସିଥିଲା। କିନ୍ତୁ ଏଥର ଦଳ ୪ରୁ ୬ଟି ଆସନ ଜିତିପାରେ।

ବିଜେପି ୧୮ରୁ ୨୨ ଓ ଆପ୍ ୭ରୁ ୧୧ଟି ଆସନ ଜିତିବାର ସମ୍ଭାବନା ରହିଛି। ଗୋଆରେ ନିଜର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଥିବା ମମତା ବାନାର୍ଜୀଙ୍କ ଟିଏମସି ଅତି ବେଶୀରେ ୨% ଭୋଟ ପାଇପାରେ।

ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ପଞ୍ଜାବ ବିଧାନସଭାର ୧୧୭ ଆସନରୁ ଆପ୍ ୫୩ରୁ ୫୭ଟି ସ୍ଥାନରେ ଜିତିବ। କଂଗ୍ରେସ ୪୧ରୁ ୪୫ ଆସନରେ ସୀମିତ ରହିବ। ଅକାଳୀ ଓ ଏହାର ସହଯୋଗୀ ଦଳମାନେ ୧୪ରୁ ୧୫ଟି ଆସନରେ ଜିତିପାରନ୍ତି। ସେହିପରି ବିଜେପି ଓ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ମେଣ୍ଟ ପଞ୍ଜାବରେ ନିଜର ଛାପ ଛାଡ଼ିବାରେ ସଂଘର୍ଷ କରିବେ। ଏହି ମେଣ୍ଟ ୧ରୁ ୩ ଓ ଅନ୍ୟାନ୍ୟ ଦଳ ୧-୩ ଆସନ ଜିତି ପାରନ୍ତି।