ଅଚଳ ଲରିକୁ ଧକ୍କା ଦେଲା ବାଇକ୍, ୩ ମୃତ

ଅଚଳ ଲରିକୁ ଧକ୍କା ଦେଲା ବାଇକ୍, ୩ ମୃତ

ଅଚଳ ଲରିକୁ ଧକ୍କା ଦେଲା ବାଇକ୍, ୩ ମୃତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ଚେପଟାମ୍ୱ ଘାଟି ପାଖରେ ରବିବାର ସନ୍ଧ୍ୟା ୭ଟାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏହି ଘାଟିରେ ଏକ ଅନ୍ଧାରିଆ ସ୍ଥାନରେ ଅଟକି ରହିଥିବା ଟ୍ରଲର୍କୁ ବାଇକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ୩ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବଡ଼ରମା ପଞ୍ଚାୟତ ଟନସରା ଗ୍ରାମର ଅହମ୍ମଦ ଦେହୁରୀ (୪୦), ରାଜେଶ ଦେହୁରୀ (୩୦) ଏବଂ ତିଲୁ ଦେହୁରୀ (୨୦)। ଦୁର୍ଘଟଣା ପରେ ପୂର୍ବତନ ସମିତି ସଭ୍ୟ ଦୁଷ୍ମନ୍ତ ପ୍ରଧାନ ଓ ବିଜେଡି ନେତା ସରୋଜ ପଟେଲଙ୍କ ନେତୃତ୍ୱରେ ଆଖପାଖ ଗାଁ ଲୋକେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୫୩କୁ ଅବରୋଧ କରିଥିଲେ।