ଦୁର୍ଘଟଣାରେ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ
ଦୁର୍ଘଟଣାରେ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ
ଭୁବନେଶ୍ବର: ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ମୃତ୍ୟୁ ହୋଇଯାଇଛି। ରଥଯାତ୍ରାର ଖବର ସଂଗ୍ରହ ପାଇଁ ଅଶୋକ ପଣ୍ଡା ନିଜ ବାଇକରେ ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଏହାଫଳରେ ତାଙ୍କର ଘଟଣାସ୍ଥଳରେ ସେ ଛିଟିକି ହୋଇପଡ଼ିଥିଲେ। ସେଠାରୁ ତାଙ୍କୁ ରାଜଧାନୀର କ୍ୟାପିଟାଲ୍ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୈନିକ ଖବରକାଗଜ ‘ସମୟ’ ସହ ଦୀର୍ଘ ଦିନ ଧରି ଜଡ଼ିତ ଥିଲେ। ଏହାଛଡ଼ା ସେ କେତେକ ଜାତୀୟ ସମ୍ବାଦପତ୍ରରେ ବି କାର୍ୟ୍ୟ କରିଥିଲେ।ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଅକାଳ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।




admin 