ଫେଡନାଭିସ ନୁହନ୍ତି ଏକନାଥ ହେବେ ମୁଖ୍ୟମନ୍ତ୍ରୀ

ଫେଡନାଭିସ ନୁହନ୍ତି ଏକନାଥ ହେବେ ମୁଖ୍ୟମନ୍ତ୍ରୀ

ଫେଡନାଭିସ ନୁହନ୍ତି ଏକନାଥ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଘୋଷଣା ହେଲା ମରାରାଷ୍ଟ୍ରର ନୂଆ ସିଏମଙ୍କ ନାମ । ଦେବେନ୍ଦ୍ର ଫଡନାଭିସ୍ ନୁହେଁ, ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ। ଦେବେନ୍ଦ୍ର ଫଡନାଭିସ୍ ନିଜେ ସିନ୍ଦେଙ୍କ ଉପସ୍ଥିତିରେ ଏହା ଘୋଷଣା କରିଛନ୍ତି। ଫଡନାଭିସ୍ କହିଛନ୍ତି, ‘‘ଆଜି କେବଳ ଏକନାଥ ସିନ୍ଦେ ଶପଥ ଗ୍ରହଣ କରିବେ। ମୁଁ ଏକନାଥ ସିନ୍ଦେଙ୍କ କ୍ୟାବିନେଟରୁ ବାହାରିବି। ୨୦୧୯ରେ ବିଜେପି ଓ ଶିବସେନା ଏକାଠି ନିର୍ବାଚନ ଲଢ଼ିଥିଲେ। ଆମେ ସେହି ସମୟରେ ସମ୍ପୂର୍ଣ୍ଣ ବହୁମତ ପାଇଥିଲୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ ଏକ ବଡ଼ ବିଜୟ ହାସଲ କରିଛୁ।ଫଡନାଭିସ୍ ଆହୁରି କହିଛନ୍ତି, ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କୁ କହିଥିଲେ ଯେ ଆପଣ ମହା ବିକାଶ ଅଘାଡି (କଂଗ୍ରେସ-ଏନସିପି-ଶିବସେନା ସହଯୋଗୀ ଦଳ) ସରକାରରୁ ବାହାରିଯାଆନ୍ତି, କିନ୍ତୁ ଉଦ୍ଧବ ଠାକରେ ଏକନାଥ ସିନ୍ଦେଙ୍କ କଥା ଶୁଣିଲେ ନାହିଁ।ବାଲା ସାହେବ ଏପରି ଲୋକଙ୍କ ସହ ସରକାର ଗଠନ କରିଥିଲେ ଯେଉଁମାନଙ୍କ ସହ ସେ ତାଙ୍କ ଜୀବନସାରା ଲଢ଼ିଥିଲେ। ଅଢ଼େଇ ବର୍ଷ ପର୍ୟ୍ୟନ୍ତ କୌଣସି ଅଗ୍ରଗତି ହୋଇପାରିଲା ନାହିଁ।ସେପଟେ ଏକନାଥ ସିନ୍ଦେ କହିଛନ୍ତି, ‘‘ମୁଁ ନେଇଥିବା ନିଷ୍ପତ୍ତି ଆପଣ ସମସ୍ତେ ଜାଣନ୍ତି। କେଉଁ ପରିସ୍ଥିତିରେ ନିଷ୍ପତ୍ତି ନିଆଯାଇଛି ତାହା ମଧ୍ୟ ଆପଣ ଜାଣନ୍ତି। ମୁଁ ବାଲା ସାହେବଙ୍କ ହିନ୍ଦୁତ୍ୱକୁ ଆଗକୁ ନେବା ପାଇଁ କାର୍ୟ୍ୟ କରିବି। ସମସ୍ତ ୫୦ ଜଣ ବିଧାୟକ ଏକାଠି ଅଛନ୍ତି।