ଦୁଇ ବନ କର୍ମଚାରୀ ନିଲମ୍ବିତ

ଦୁଇ ବନ କର୍ମଚାରୀ ନିଲମ୍ବିତ

ଦୁଇ ବନ କର୍ମଚାରୀ ନିଲମ୍ବିତ
ନୀଳଗିରି : କୁଳଡିହା ଅଭୟାରଣ୍ୟରେ ଦନ୍ତାହାତୀକୁ ମାରି ଦାନ୍ତ ଲୁଟ୍ ଘଟଣାରେ ଦୁଇ ବନ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଦାୟିତ୍ବରେ ଅବହେଳା ଯୋଗୁଁ ସେମାନଙ୍କୁ ବାଲେଶ୍ବର ଡିଏଫଓ ନିଲମ୍ବନ କରିଛନ୍ତି। ଦୁଇ ବନ କର୍ମଚାରୀ ହେଲେ କୁଳଡିହା ଫରେଷ୍ଟର ଓ ଫରେଷ୍ଟ ଗାର୍ଡ। ଡିଏଫଓ କୁଳଡିହା ଏସିଏଫ୍‌ଓଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ଶିକାରୀମାନେ ଏକ ଦନ୍ତାହାତୀକୁ ମାରି ତାର ଦାନ୍ତ ନେଇଯାଇଥିଲେ।