ଦୀପାବଳିରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ
ଦୀପାବଳିରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ
ପୁରୀ: ଦୀପାବଳିରେ ହୋଇ ହୋଇ ପାରିବ ନାହିଁ ଜଗା ଦର୍ଶନ। ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରା ଜାରି ହେବ। ପରମ୍ପରା ଅନୁଯାୟୀ ଦୀପାବଳି ଦିନ ଭକ୍ତମାନେ ବଡବଡିଆ ଡାକିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇ କାଉଁରିଆ କାଠ ଜାଳିଥାନ୍ତି। ଭଚ୍ଚ
ତେବେ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ କାଉଁରିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଛି। ଏଥିସହ କାଳୀ ପୂଜା ଅବସରରେ ୪ ଓ ୫ ତାରିଖରେ ବୀରଗୋବିନ୍ଦପୁରସ୍ଥିତ ଦକ୍ଷିଣକାଳୀ ପୀଠରେ ୧୪୪ଧାରା ଜାରି କରାଯିବ।
ସୂଚନାଯୋଗ୍ୟ, ଆଜିଠୁ ପଶ୍ଚିମଦ୍ୱାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ପୁରୀ ବାସିନ୍ଦା। ଏଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଏହା ସହ ଦୁଇଟି କିଓସ୍କ କରାଯାଇଛି। ସ୍ୱତନ୍ତ୍ର ଧାଡିରେ ପୁରୀ ବାସିନ୍ଦା ସାତ ପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ଏଥିନିମନ୍ତେ ସେମାନଙ୍କୁ ଦୁଇଟି ଡୋଜ କୋଭିଡ୍ ଟିକା କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ। ଦର୍ଶନ ପରେ ଉତ୍ତର କିମ୍ବା ଦକ୍ଷିଣ ଦ୍ୱାର ଦେଇ ବାହାରକୁ ବାହାରିପାରିବେ।




admin 