ଦାମଙ୍କ ସ୍ତ୍ରୀ ବିୟୋଗ, ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଦାମଙ୍କ ସ୍ତ୍ରୀ ବିୟୋଗ, ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଦାମଙ୍କ ସ୍ତ୍ରୀ ବିୟୋଗ, ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ରାଉତଙ୍କର ପରଲୋକ ହୋଇଯାଇଛି । ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ସ୍ନେହଲତା ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସକାଳେ ତାଙ୍କର ବିୟୋଗ ଘଟିଛି। ପ୍ରକାଶଯୋଗ୍ୟ, ତାଙ୍କ ଶେଷ ଦର୍ଶନ ପାଇଁ ଡାକ୍ତର ରାଉତଙ୍କ ଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ପହଞ୍ଚିଥିଲେ । ନବୀନ ସ୍ନେହଲତାଙ୍କ ପାର୍ଥୀବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି ।ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ସ୍ନେହଲତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।ସ୍ନେହଲତାଙ୍କ ମରଶରୀର ଦାମବାବୁଙ୍କ ନିଜ ଗାଁକୁ ନେବାପରେ ସେଠାରୁ ସ୍ବର୍ଗଦ୍ବାର ନେଇ ଶେଷକୃତ୍ୟ କରାଯିବ ।