ଦଳିତ ଯୁବକଙ୍କୁ ପିଟିପିଟି ମାରିଦେଲେ ଲୋକେ

ଦଳିତ ଯୁବକଙ୍କୁ ପିଟିପିଟି ମାରିଦେଲେ ଲୋକେ

ଦଳିତ ଯୁବକଙ୍କୁ ପିଟିପିଟି ମାରିଦେଲେ ଲୋକେ

ଜୟପୁର: ନଳକୂଅ ଛୁଇଁବାରୁ ଜୀବନ ହାରିଲେ ବ୍ୟକ୍ତି । ଜଣେ ଦଳିତ ଯୁବକଙ୍କୁ ପିଟିପିଟି ମାରିଦେଲେ ଲୋକେ । ନଳକୂଅକୁ ଛୁଇଁବାରୁ ତାଙ୍କୁ ମିଳିଲା ଏଭଳି ଦଣ୍ଡ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଜୋଧପୁରରେ । ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି ।

ମୃତକଙ୍କ ଭାଇ ଅଶୋକ ବିିଲଙ୍କ ଅଭିଯୋଗ ମୁତାବକ, ଭୋମିଆ ଘାଟିରେ ସୁରଜ ବେରାଙ୍କ ପାଖରେ ଏକ ନଳକୂଅ ରହିଛି । ଏଥିରେ ଏକ ମୋଟର ଲଗାଯାଇଛି । ଶକିଲ, ନାସିର ଏବଂ ବବଲୁ ଏହି ମୋଟରକୁ ଦଖଲ କରିଛନ୍ତି । ଅଶୋକ ଅଭିଯୋଗ କରିଛନ୍ତି ଯେ ଏହି ଲୋକମାନେ ଅନ୍ୟ କୌଣସି ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ପାଣି ଭରିବାକୁ ଦିଅନ୍ତି ନାହିଁ । ଯଦି କେହି ଚେଷ୍ଟା କରେ, ତେବେ ତାଙ୍କ ପାଇପ୍ କାଟିଦିଅନ୍ତି । ୪୬ ବର୍ଷୀୟ କିଶାନଲାଲ ବିଲ୍ ରବିବାର ରାତିରେ ପାଇପ ଆଣିବାକୁ ଯାଇଥିଲେ, ସେତେବେଳେ ଜାତି ସୂଚକ ଗାଳିଗୁଲଜ ଦେଇ ତାଙ୍କୁ ଘଉଡାଇ ଦିଆଯାଇଥିଲା ।

ଏହାପରେ ସେମାନେ ଆସି କିଶନଲାଲ ଓ ତାଙ୍କ ପୁଅକୁୁ ଘରେ ଆକ୍ରମଣ କରିଥିଲେ । ଅଭିଯୁକ୍ତମାନେ ତାଙ୍କୁ ଅତିନିର୍ମମ ଭାବେ ମାଡ ମାରିଥିଲେ । କେବଳ ସେତିକି ନୁହେଁ ସେ ଗୁରୁତର ହେବା ପରେ ତାକୁ ହସ୍ପିଟାଲ ବି ନେବାକୁ ଦେଇନଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର କିଶନଲାଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ଚିକିସôାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତୁ୍ୟ ଘଟିଛି ।

ସେପଟେ ଦଳିତ ଯୁବକଙ୍କ ମୃତୁ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ବିଲ୍ ସମ୍ପ୍ରଦାୟର ଲୋକେ ହସ୍ପିଟାଲରେ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ଘଟଣାରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି । ପୁଲିସ ତାକୁ ଧରିବା ପାଇଁ ଚେଷ୍ଟା ଚଲାଇଛି ।