ଦନ୍ତା ଦେହରେ ବାଜିଛି ୫ରୁ ଅଧିକ ଗୁଳି
ଦନ୍ତା ଦେହରେ ବାଜିଛି ୫ରୁ ଅଧିକ ଗୁଳି
ଆଠଗଡ଼: ଆଠଗଡ଼ ବନଖଣ୍ଡ ନରସିଂହପୁର ଜଙ୍ଗଲରେ ଆଉ ଏକ ଗୁଳିବିଦ୍ଧ ଦନ୍ତା ହାତୀର ଚାଲିଛି ଚିକିତ୍ସା । ହାତୀ ଦେହରେ ୫ରୁ ଅଧିକ ଗୁଳି ବାଜିଥିବା ସନ୍ଦେହ କରାଯାଉଛି । ସାତକୋଶିଆ ଓ୍ବାଇଲ୍ଡ ଲାଇଫ୍ ଡିଭିଜନ୍ ଏବଂ ନରସିଂହପୁରର ପ୍ରାଣୀ ଚିକିତ୍ସକଙ୍କ ମିଳିତ ସହାୟତାରେ ହାତୀଟିର ଚିକିତ୍ସା କରାଯାଉଛି ।
ଖବର ଅନୁଯାୟୀ, ୪ ଦିନ ତଳେ ନରସିଂହପୁର ପୂର୍ବ ରେଞ୍ଜ୍ ର ବ୍ରାହ୍ମଣୀ ବିଟ୍ ଅଞ୍ଚଳରେ ହାତୀଟି ଆହତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ହାତୀ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାକୁ ଏକାଧିକ ଗୁଳି ମରାଯାଇଥିବା ଅନୁମାନ କରାଯାଉଛି । ମାସେ ତଳେ ନରସିଂହପୁର ଜଙ୍ଗଲରେ ଏକ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ହୋଇଥିଲା । ହାତୀ ସୁରକ୍ଷା ପୂରା ଫେଲ୍ ମାରିଛି କହିଲେ କିଛି ଭୁଲ ହେବ ନାହିଁ ।




admin 