ଥଣ୍ଡାରେ ଥରୁଛି ରାଜଧାନୀ

ଥଣ୍ଡାରେ ଥରୁଛି ରାଜଧାନୀ

ଥଣ୍ଡାରେ ଥରୁଛି ରାଜଧାନୀ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ରାଜଧାନୀ ଦଲ୍ଲୀରେ ୧୨ବର୍ଷର ରେକର୍ଡ ଭାଙ୍ଗିଛି ଥଣ୍ଡା । କ୍ରମାଗତ ଭାବେ ୯ ଦିନ ହେଲା ଦିଲ୍ଲୀରେ ପ୍ରବଳ ଶୀତ ଲାଗି ରହିଛି । ଯାହାକି ଗତ ୧୨ବର୍ଷ ଭତିରେ ସବୁଠାରୁ ଅଧିକ ଥଣ୍ଡା ଦିନ । ଏହାପୁର୍ବରୁ ୨୦୨୦ ଜାନୁଆରୀରେ ଦିଲ୍ଲୀରେ ସର୍ବାଧିକ ୭ଦିନ ଧରି ଥଣ୍ଡା ଲାଗି ରହିଥିଲା ।


ଆଜି ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୫.୬ଡିଗ୍ରୀ ସେଲସିୟସ ରହିଛି । ଯାହାକି ସ୍ୱାଭାବିକ ଠାରୁ  ୨ଡିଗ୍ରୀ କମ୍‌ । ଏହାପୂର୍ବରୁ ଦିଲ୍ଲୀର ତାପମାତ୍ରା ବୁଧବାର ୨.୬, ମଙ୍ଗଳବାର ୨.୪ ଏବଂ ସୋମବାର ୧.୪ଡିଗ୍ରୀ ସେଲସିୟସ ରହିଥିଲା । ସେହିଭଳି ରାଜଧାନୀରେ ଲଗାତାର ଭାବେ୫୦ଘଣ୍ଟା ଧରି ଘନ କୁହୁଡି ଲାଗି ରହିବା ୨୦୧୯ ପରେ ସର୍ବାଧିକ । ସେପଟେ ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଆଗାମୀ ୨୩-୨୪ ତାରିଖରେ ଉତ୍ତର ଭାରତରେ ପଶ୍ଚିମାବାୟୁ ସକ୍ରିୟ ହେବ । ଫଳରେ ଜମ୍ମୁ-କାଶ୍ମୀର, ହିମାଚଳ, ଲଦାଖ ଓ ଉତ୍ତରାଖଣ୍ଡରେ ବର୍ଷା ସହ ବରଫପାତ ହେବ ।