ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହେବେ କେସିଆରଙ୍କ ପୁଅ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହେବେ କେସିଆରଙ୍କ ପୁଅ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହେବେ କେସିଆରଙ୍କ ପୁଅ
ହାଇଦ୍ରାବାଦ : ତେଲେଙ୍ଗାନା ରାଜନୀତିରେ ଏକ ବଡ଼ ଧରଣର ପରିବର୍ତନ ହେବାକୁ ଯାଉଛି । ତେଲେଙ୍ଗାନା ରାଷ୍ଟ୍ର ସମିତିର ନେତୃତ୍ୱ ବଦଳିବ ବୋଲି ଚର୍ଚ୍ଚା ହେଉଛି । ଏବେ କେସିଆର ବା କେ ଚନ୍ଦ୍ରଶେଖର ରାଓ ଉଭୟ ଦଳ ଓ ସରକାରର ମୁଖ୍ୟ ଅଛନ୍ତି । କିନ୍ତୁ ତାଙ୍କ ସ୍ଥାନରେ ତାଙ୍କ ପୁଅ କେଟି ରାମାରାଓ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି ତେଲେଙ୍ଗାନା ଗଣମାଧ୍ୟମରେ ଚର୍ଚ୍ଚା ଜୋରଧରିଛି । ଚର୍ଚ୍ଚା ଅନୁଯାୟୀ, ଆସନ୍ତା ମାସରେ କେଟି ରାମାରାଓ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ କହିବାନୁଯାୟୀ, ରାଓଙ୍କ ପରିବାରରେ ଏନେଇ ଆଲୋଚନା ଚାଲିଛି । ଫେବୃଆରୀ ମାସରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟରେ ବି ବ୍ୟାପକ ଅଦଳବଦଳ ହେବ । ସମ୍ପ୍ରତି କେଟିଆର ରାଜ୍ୟ ସରକାରଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ସେହିପରି ଦଳୀୟ ସୂତ୍ର ଅନୁଯାୟୀ, କରୋନା ପାଇଁ ଲକଡାଉନ ହେବା ଦିନ ଠାରୁ କେସିଆର ଆଉ ପୂର୍ବଭଳି ସକ୍ରିୟ ରହିନାହାନ୍ତି । କେଟିଆର ହିଁ ସବୁ କାର୍ଯ୍ୟ ବୁଝାଶୁଝା କରୁଛନ୍ତି । ପୂର୍ବରୁ ଦଳୀୟ ନେତାମାନେ କେସିଆର ନେତୃତ୍ୱ ନିଅନ୍ତୁ ବୋଲି କହୁଥିଲେବି ଏବେ ସେମାନେ ନିଜର ଆଭିମୁଖ୍ୟ ବଦଳାଇଛନ୍ତି । କେଟିଆର ଏବେ ଠାରୁ ଦଳ ଓ ରାଜ୍ୟର ନେତୃତ୍ୱ ନେଲେ ତାହା ଦଳ ପାଇଁ ଭଲ ହେବବୋଲି ସେମାନେ ମନେ କରୁଛନ୍ତି ।