ତିନି ରାଉଣ୍ଡ ଗୁଳିମାରି ଫେରାର ହେଉଥିଲା, ହେଲେ ପୋଲିସ ମାରିଲା ଦୁଇ ରାଉଣ୍ଡ

ତିନି ରାଉଣ୍ଡ ଗୁଳିମାରି ଫେରାର ହେଉଥିଲା, ହେଲେ ପୋଲିସ ମାରିଲା ଦୁଇ ରାଉଣ୍ଡ

କେବଳ କଫ୍ ସିରପ ନୁହେଁ, ଅପରାଧୀଙ୍କୁ ଏନକାଉଣ୍ଟର କରିପାରେ ସମ୍ବଲପୁର ପୋଲିସ । କାହାକୁ ନରମ ତ କାହାକୁ ଗରମ ମିଜାଜରେ ପୋଲିସ ଦେଉଛି ଜବାବ ।  ଏବେ ସାରା ଜିଲ୍ଲାରେ ଚାଲିଛି ଜୋରଦାର ଅପରାଧୀ ଦମନ୍ ଅପରେସନ । ଏହି କ୍ରମରେ ଜିଲ୍ଲାର ଜଣେ ଦୁର୍ଦ୍ଧାନ୍ତ ଅପରାଧିକୁ ଏନକାଉଣ୍ଟର କରିଛି ସମ୍ବଲପୁର ପୋଲିସ | ଜିଲ୍ଲାର ପୁରୁଣା ଦାଗୀ ତଥା କୁଖ୍ୟାତ ପେଶାଗତ ଅପରାଧୀ ସଂଜୀବ କରାଲିଙ୍କୁ ଶେଷରେ ଗନ୍ ପଏଣ୍ଟରେ ଆଣ୍ଠେଇ ଦେଇଛି ପୋଲିସ । 23ରୁ ଅଧିକ ଡକାୟତି, ଚୋରି ପରି ସଙ୍ଗୀନ ଅଭିଯୋଗରେ ଓ୍ବାଣ୍ଚେଡ୍ ଥିବା ସଂଜୀକୁ ବିଳମ୍ବିତ ରାତିରେ ପୋଲିସ ଏନକାଉଣ୍ଟର କରିଥିବା ଏସପି ଓ ଡିଆଇଡି ସୁଚନା ଦେଇଛନ୍ତି । ରେଙ୍ଗାଲି ଥାନା ରମ୍ପେଲା ବ୍ରିଜ ନିକଟରେ ସଂଜୀବ କରାଲିଙ୍କୁ ପୋଲିସ ଏନକାଉଣ୍ଟର କରିଛି।  ନଭେମ୍ବର 22 ତାରିଖରେ ଚାରମାଳ ଥାନା ଅଞ୍ଚଳରେ ସଂଗଠିତ ହୋଇଥିବା ଏକ ଡକାୟତି ଘଟଣାରେ ସଂଜିବକୁ ପୋଲିସ ଧରିବାକୁ ଯାଇଥିବା ଵେଳେ, ପ୍ରଥମେ ପୋଲିସ ଉପରକୁ ଫାୟାରିଂ କରିଥିଲା ସଂଜୀବ । 3 ରାଉଣ୍ଡ ଲଗାତାର ଫାୟାରିଂ କରିଥିଲା, ଯାହା କି ପୋଲିସ ଦେହରେ ବାଜି ନ ଥିଲା । ଏହାର ପ୍ରତି ଜବାବରେ ପୋଲିସ ପକ୍ଷରୁ 2 ରାଉଣ୍ଡ ଫାୟାରିଂ ହୋଇଥିଲା । ଫଳରେ ସଂଜିବର ଡାହାଣ ଗୋଡ ଆଣ୍ଠୁରେ ଗୋଟିଏ ଗୁଳି ବାଜିଥିଲା ।

ପୋଲିସ ଗୁଳିର ଶିକାର ହେବା ପରେ ତାର ଅଧିକ ଚିକିତ୍ସା ପାଇଁ ଭିମସାରରେ ଭର୍ତ୍ତ କରିଥିଲା ପୋଲିସ । ଚିକିତ୍ସା ପରେ ତାକୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି । ଗତ କିଛି ବର୍ଷ ହେବ ଜିଲ୍ଲାର ବଡ ବଡ ଅପରାଧରେ ଲିପ୍ତ ରହି ଆସିଛି ଦୁର୍ଦାନ୍ତ ସଂଜୀବ କେରଲା । ସେପଟେ ଏବେ ଜିଲ୍ଲାରେ ନିଶା କାରବାନ ବନ୍ଦ କରିବା ପାଇଁ ସ୍ପେଶାଲ ଅପରେସନ୍ ଚଲାଇଛି ଜିଲ୍ଲା ପୋଲିସ । ପ୍ରତ୍ୟକ ଦିନ କଫ୍ ସିପର, ଗଂଜେଇ ସହ ଅନ୍ୟାନ୍ୟ ନିଶା ସାମଗ୍ରୀ ଜବତ କରୁଛି ପୋଲିସ୍ ।