ବିବାଦରେ ଓଡ଼ିଶା କ୍ରିକେଟ୍ ସଂଘ

ବିବାଦରେ ଓଡ଼ିଶା କ୍ରିକେଟ୍ ସଂଘ

ପୁଣି ବିବାଦ ଘେରରେ ଛନ୍ଦିହେଲା ଓଡିଶା କ୍ରିକେଟ ସଂଘ । ଓସିଏ ଚୟନ କମିଟି ନାଁରେ ଆସିଲା ବଡ ଅଭିଯୋଗ । ଓଡିଶା ସିନିୟର ଖେଳାଳି ସୂର୍ଯ୍ୟକାନ୍ତ ପ୍ରଧାନ ଆଣିଲେ ସାଂଘାତିକ ଅଭିଯୋଗ । ସିନିୟର ଚୟନ କମିଟି କୁ କଲେ ଟାର୍ଗେଟ।  ଖେଳାଳି ଚୟନରେ ଅନିୟମିତତା ହେଉଥିବା ଅଭିଯୋଗ ଆଣିଲେ ସୂର୍ଯ୍ୟକାନ୍ତ । ସିନିୟର ଖେଳାଳିଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ । ପ୍ରତିଭା ଓ ପ୍ରଦର୍ଶନ ଥିବା ସତ୍ବେ ଟିମର ସ୍ଥାନ ମିଳୁନଥିବା ଅଭିଯୋଗ ହୋଇଛି । ନିଜ ପରିଚିତ ଖେଳାଳିଙ୍କୁ ଟିମରେ ସ୍ଥାନ ଦେଉଛନ୍ତି ଚୟନକର୍ତ୍ତା । ପ୍ରଦର୍ଶନ ଥାଇ ମଧ୍ୟ ସୟିଦ ମୁସ୍ତାକ ଅଲି ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ଚୟନ ହୋଇ ନଥିବା କଥା କହିଛନ୍ତି ସୂର୍ଯ୍ୟକାନ୍ତ । ଚୟନ କମିଟି ବ୍ୟାପକ ଅନିୟମିତତା କରି ସେମାନଙ୍କ ପିଲାଙ୍କୁ ରଖିଥିବା ଗଣମାଧ୍ୟମ ଆଗରେ କହିଛନ୍ତି ସୂର୍ଯ୍ୟକାନ୍ତ । ୧୨ବର୍ଷ ର କ୍ରିକେଟ କ୍ୟାରିୟର ଓ ୬୨ ମ୍ୟାଚ ଖେଳିଛନ୍ତି ସେ ।୧୮୭ ଟି ଓ୍ବିକେଟ ଓ ୧୨୮୦ ରନ କରିଛନ୍ତି ଅଲରାଉଣ୍ଡର ସୂର୍ଯ୍ୟକାନ୍ତ । ତେବେ ନିଜ କ୍ଳବରୁ ପିଲା ଆଣି ଓଡିଶା ଦଳରେ ଖେଳାଇଥିବା ଅଭିଯୋଗ କରିଛନ୍ତି ସୂର୍ଯ୍ୟକାନ୍ତ । ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏହି ଦିଗରେ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି ସେ । କାହିଁକି ନା ବିସିସିଆଇ ଘରୋଇ ସିଯିନ ରେ ଦୀର୍ଘ ଅନେକ ବର୍ଷ ଧରି ଖରାପ ପଦର୍ଶନ କରି ଆସୁଛି ଓଡିଶା । ତେଣୁ ଏବେଠୁ ଓସିଏ ଚୟନ କମିଟି ଦିଗରେ ସମ୍ପାଦକ ଓ କମିଟି ଦୃଷ୍ଟି ନଦେଲେ ଓଡିଶା କ୍ରିକେଟ ନିନ୍ଦା ପରିସର ଭୁକ୍ତ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ଓସିଏ ପକ୍ଷରୁ କୌଣସି ସୂଚନା ମିଳି ପାରିନାହିଁ।