ଡିଏନଏ ପରୀକ୍ଷା ପାଇଁ ମମିତା ବାପା-ମାଙ୍କ ନମୁନା ସଂଗ୍ରହ

ଡିଏନଏ ପରୀକ୍ଷା ପାଇଁ ମମିତା ବାପା-ମାଙ୍କ ନମୁନା ସଂଗ୍ରହ

ଡିଏନଏ ପରୀକ୍ଷା ପାଇଁ ମମିତା ବାପା-ମାଙ୍କ ନମୁନା ସଂଗ୍ରହ

ବଲାଙ୍ଗିର:ଥମୁନି ମମିତା ମେହେର ମାମଲା। ଏହି ଘଟଣା ଏଵେ ବି ରହସ୍ୟମୟ ହେଇ ରହିଛି, ଏଵେ ସୁଦ୍ଧା ଅନେକ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇପାରୁନି ପୁଲିସ । ଏପଟେ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍‌ପିଙ୍କୁ ଭେଟିଛନ୍ତି ମମିତାଙ୍କ ପରିବାର ଲୋକ। ମମିତାଙ୍କ ବାପା, ମାଆ ଓ ବଡ଼ବାପା ଆଜି ଏସ୍‌ପିଙ୍କ ଅଫିସକୁ ଯାଇ ଦୋଷୀକୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଛନ୍ତି। ଅନ୍ୟପକ୍ଷେ ମମିତାଙ୍କ ଶବ ଚିହ୍ନଟ ପାଇଁ ଆଜି ତାଙ୍କ ବାପା-ମାଆ ଡିଏନଏ ପରୀକ୍ଷା ଲାଗି ରକ୍ତ ନମୁନା ନିଆଯାଇଛି।


ଗତକାଲି ଡିଆଇଜି ଦୀପକ କୁମାର ସୂଚନା ଦେଇଥିଲେ ଯେ ସ୍କୁଲ ମାଲିକ ଗୋବିନ୍ଦ ସାହୁର ପରକୀୟା ପ୍ରୀତି ସଂପର୍କରେ ଜାଣି ଯାଇଥିଲେ ମମିତା। ଏମିତିକି ଏହାକୁ ପ୍ରଘଟ କରିଦେବାର ଧମକ ମଧ୍ୟ ଦେଇଥିଲେ ମମିତା। ଯେଉଁଥିରେ ଘାବରେଇ ଯାଇଥିଲା ଗୋବିନ୍ଦ। ତେଣୁ ସବୁଦିନ ପାଇଁ ମମିତାଙ୍କୁ ରାସ୍ତାରୁ ହଟାଇବାକୁ ରଚିଥିଲା ସୁଚିନ୍ତିତ ଯୋଜନା। ଗତ ୮ତାରିଖ ଦିନ ମମିତାଙ୍କୁ ଭବାନୀପାଟଣା ବସଷ୍ଟାଣ୍ଡରୁ ନିଜ କାରରେ ବସାଇ ନେଉଥିଲା ଗୋବିନ୍ଦ। ବାଟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଯେଉଁଥିରେ ରାଗିଯାଇ ସେହି କାରରେ ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ। ତେବେ ଗୋବିନ୍ଦ ତଣ୍ଟିଚିପି ମାରିଛି କି ନାହିଁ ତାର ତଦନ୍ତ ଚାଲିଥିବା କହିଛନ୍ତି ଡିଆଇଜି।