ଟୁଇଟରକୁ ଚ୍ୟାଲେଞ୍ଜ ଦେବ ଟ୍ରମ୍ପଙ୍କ ‘ଟରୁଥ’
ଟୁଇଟରକୁ ଚ୍ୟାଲେଞ୍ଜ ଦେବ ଟ୍ରମ୍ପଙ୍କ ‘ଟରୁଥ’
ୱାଶିଂଟନ: ଟୁଇଟରଙ୍କ ଚ୍ୟାଲେଞ୍ଜ ଦେବେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିଭିନ୍ନ ସୋସିଆଲ ମିଡିଆ ତାଙ୍କ ଆକାଉଣ୍ଟକୁ ବ୍ୟାନ କରିବା ପରେ ‘ଟ୍ରୁଥ ସୋସିଆଲରେ କମବ୍ୟାକ୍ କରିବାକୁ ଯାଉଛନ୍ତି ଟ୍ରମ୍ପ। ଏହା ତାଙ୍କର ନିଜସ୍ବ ସୋସିଆଲ ମିଡିଆ ପ୍ଲାଟଫର୍ମ। ଯାହାକି ଟ୍ବିଟର ଭଳି କାମ କରିବ। ଏଥିରେ ୟୁଜର୍ସ ନିଜ ମତାମତ, ଫଟୋ ଓ ଭିଡିଓ ସେୟାର କରି ପାରିବେ।
ଏନେଇ ଏକ ମନ୍ତବ୍ୟ ଜାରି କରିଛନ୍ତି ଟ୍ରମ୍ପ କହିଛନ୍ତି ଆମେ ଏମିତି ଏକ ଦୁନିଆରେ ରହୁଛେ, ଯେଉଁଠି ତାଲିବାନ ମାନେ ଟ୍ବିଟରରେ ମତ ପ୍ରକାଶ କରିପାରିବେ କିନ୍ତୁ ଆପଣଙ୍କ ପସନ୍ଦିତ ଆମେରିକା ରାଷ୍ଟ୍ରପତିଙ୍କୁ ଚୁପ୍ କରାଇ ଦିଆଯାଉଛି ।
ସୂଚନା ଥାଉକି, ଗତ ଜାନୁଆରୀ ୬ ରେ ୟୁଏସ କ୍ୟାପିଟାଲ ଉପରେ ଆକ୍ରମଣ ପରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିବା ସହ ଉତ୍ତେଜନାମୂଳକ ଭାଷଣ ଦେଇଥିବାରୁ ଟ୍ରମ୍ପଙ୍କୁ ଫେସବୁକ୍ ଏବଂ ଟ୍ବିଟର ଭଳି ଅନ୍ୟ ସୋସିଆଲ ମିଡ଼ିଆମାନେ ଜାନୁଆରୀ ୨୧ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାନ କରିଦେଇଥିଲେ ।




admin 