ଡ୍ରାଇଭର ମହାସଂଘ ଆନ୍ଦୋଳନ : ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଟାସ୍କଫୋର୍ସ ଟିମ୍ ଗଠନ
ଭୁବନେଶ୍ବର: ରାଜ୍ୟରେ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଏହାର ପ୍ରଭାବ ପଡୁଛି। ଅଧିକାଂଶ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ଡ୍ରାଇଭରମାନେ ଅଟକାଉଥିବାର ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଏକ ଟାସ୍କଫୋର୍ସ ଟିମ୍ ଗଠନ କରାଯାଇଛି। ଏହି ଟାସ୍କଫୋର୍ସ ଟିମରେ ମୁଖ୍ୟ ଶାସନ ସଚିବ, ଡିଜିପି, ଉନ୍ନୟନ କମିଶନର, ବାଣିଜ୍ୟ ଓ ପରିବହନ ବିଭାଗର ସଚିବ, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ରହିଛନ୍ତି।




admin 