ଡାଏବେଟିସ୍ କ’ଣ ? ଏହାର ଲକ୍ଷଣ କ’ଣ ଓ କିପରି କରିବେ ଚିକିତ୍ସା ?

ଡାଏବେଟିସ୍ କ’ଣ ? ଏହାର ଲକ୍ଷଣ କ’ଣ ଓ କିପରି କରିବେ ଚିକିତ୍ସା ?

ଡାଏବେଟିସ୍ ବା ମଧୁମେହ ରୋଗ । ଆଜିକାଲି ଘରେ ଘରେ ଡାଏବେଟିସ୍ ରୋଗ ଦେଖିବାକୁ ମିଳୁଛି । ଭାରତକୁ ଡାଏବେଟିସ୍ କ୍ୟାପିଟାଲ ବୋଲି କୁହାଯାଏ । କାରଣ ଏଠାରେ ଡାଏବେଟିସ୍ ରୋଗୀ ଅଧିକ । ତେବେ ଏହି ଡାଏବେଟିସ୍ କ’ଣ । କ’ଣ ଏହାର ଲକ୍ଷଣ ଓ କିପରି ଏହାର ଚିକିତ୍ସା କରିବେ ।

ଡାଏବେଟିସ୍ ଇନସୁଲିନ୍ ପାଇଁ ହୋଇଥାଏ ।
ଇନସୁଲିନ୍ ଠିକ୍ ଭାବେ କାମ ନକଲେ ସୁଗାର ମାତ୍ରା ବଢିଯାଏ ।
ଟାଇପ୍-୧ ଡାଇବେଟିସରେ ଇନସୁଲିନର ଅଭାବ ରହିଥାଏ ।
ଟାଇପ୍-୨ ଡାଇବେଟିସରେ ଇନସୁଲିନ୍ ଠିକ୍ ଭାବେ କାମ କରେ ନାହିଁ ।

 ଟାଇପ୍-୧ ଛୋଟ ପିଲା ଓ ଟାଇପ୍-୨ ବୟସ୍କଙ୍କଠାରେ ଦେଖାଯାଏ।

ଭୋକ ଲାଗିବା, ଶୋଷ ଲାଗିବା ଏବଂ ଓଜନ କମିବା ଡାଇବେଟିସ୍ର ଲକ୍ଷଣ ।
ଆଖିକୁ କମ୍ ଦେଖାଯିବା, ଦାନ୍ତମୂଳରେ ସଂକ୍ରମଣ, ଚାଲିଲେ ଅଣନିଶ୍ୱାସି ଲାଗିଥାଏ ।
 ପ୍ରତିଦିନ ୪୦ରୁ ୪୫ ମିନିଟ୍ ବ୍ୟାୟାମ କରିବା ଆବଶ୍ୟକ ।
 ମେଡିଟେସନ୍ ସହ ଇନସୁଲିନ୍ ନେବା ଦରକାର ।
 ଡାଏବେଟିସ୍ ଯୋଗୁ ବିଭିନ୍ନ ପ୍ରକାର ଜଟିଳତା ଦେଖିବାକୁ ମିଳିଥାଏ ।
ଡାଏବେଟିସ୍ ଦ୍ୱାରା ଆଖି, ଚର୍ମ, ଦାନ୍ତ, କିଡ୍ନୀ ପ୍ରଭାବିତ ହୋଇଥାଏ ।
୬ ମାସୁରୁ ବର୍ଷେ ମଧ୍ୟରେ ଥରେ ଆଖି ଟେଷ୍ଟ କରିବା ଆବଶ୍ୟକ । 
୩ ମାସରୁ ୪ ମାସ ମଧ୍ୟରେ କିଡ୍ନୀ ପରୀକ୍ଷା କରାଇନେବା ଦରକାର ।