ଟ୍ରାଫିକ କନଷ୍ଟେବଳ ୨ ହଜାର ଟଙ୍କା ତଣ୍ଡ ଗଣିଲେ

ଟ୍ରାଫିକ କନଷ୍ଟେବଳ ୨ ହଜାର ଟଙ୍କା ତଣ୍ଡ ଗଣିଲେ

ଟ୍ରାଫିକ କନଷ୍ଟେବଳ ୨ ହଜାର ଟଙ୍କା ତଣ୍ଡ ଗଣିଲେ
ପୁରୀ: ମାସ୍କ ଚେକିଂ କରି ଜନତାଙ୍କ ଠାରୁ ଜରିମାନା ଆଦାୟ ପରେ ଫସିଛନ୍ତି ଜଣେ ପୁଲିସ ବାବୁ । ଟ୍ରାଫିକ କନଷ୍ଟେବଳ ବିଭୁଦତ୍ତ ସାହୁ ତଣ୍ଡ ଗଣିଛନ୍ତି ୨ ହଜାର ଟଙ୍କା । କାର୍ଯ୍ୟରତ ସମୟରେ ମାସ୍କ ମୁହଁରୁ ଖସାଇ ବେକରେ ପିନ୍ଧିଥିଲେ । ଏଭଳି ଅବସ୍ଥାରେ ଡାକ୍ତରଖାନା ଛକ ଟ୍ରାଫିକ ପୋଷ୍ଟରେ ଛିଡା ହୋଇ ଅନ୍ୟ ଜଣେ ମହିଳା ପୁଲିସ କର୍ମଚାରୀଙ୍କ ସହ କଥା ହେଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏସପି ନେଇଛନ୍ତି ପଦକ୍ଷେପ । ଟ୍ରାଫିକ ଇନ୍ସିପେକ୍ଟର ସୁଧୀର ସାହୁ ଡାକ୍ତରଖାନା ଛକ ଟ୍ରାଫିକ ଆଉଟ ପୋଷ୍ଟରେ ତାଙ୍କଠାରୁ ଏହି ଜରିମାନା ଆଦାୟ କରିଛନ୍ତି । ଜରିମାନା ଆଦାୟ କରିବାର ଫଟୋକୁ ମୁଖ୍ୟମନ୍ତ୍ରୀ, ପୁଲିସ ଡିଜିଙ୍କ ସହ ବିଭିନ୍ନ ବିଭାଗକୁ ଏସପି ଟୁଇଟ କରି ଜଣାଇଛନ୍ତି । ପୁଲିସ ମାସ୍କ ଚେକିଂ ନାଁରେ ଜୁଲମ ଆରମ୍ଭ କରିଥିବା ଅଭିଯୋଗ ହେଉଛି । ମୋବାଇଲରେ କଥା ହେଉଥିବା ବେଳେ ଯଦି ନିଶ କିମ୍ବା ଦାଢ଼ିରେ ଟାଣି ହୋଇ ମାସ୍କ ଖସିଯାଇଥିବ ସେଠାରେ ବି ପୁଲିସ ଜରିମାନା ଆଦାୟ କରି ଲୋକଙ୍କୁ ହଇରାଣ କରୁଥିବା ନେଇ ସୋସିଆଲ ମିଡିଆରେ ବାରମ୍ବାର ଅଭିଯୋଗ ହେଉଛି । ତେଣୁ ପୁଲିସ ପ୍ରତି ଜନତାଙ୍କ ଆକ୍ରୋଶ ବଢ଼ୁଥିଲା । ବାବୁମାନେ ମାସ୍କ ନ ପିନ୍ଧି ଫାଇନ କାଟୁଥିଲେ । ଏପରିକି ଜନଗହଳି ପୂର୍ଣ୍ଣ ସ୍ଥାନରେ ଓ ଡୁ୍ୟଟି ସମୟରେ ବିନା ମାସ୍କରେ ରହୁଥିଲେ ।