ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ, ସିନେଟରେ ହେବ ଶୁଣାଣୀ

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ, ସିନେଟରେ ହେବ ଶୁଣାଣୀ

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ, ସିନେଟରେ ହେବ ଶୁଣାଣୀ
ୱାସିଂଟନ୍ - ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବର ଶୁଣାଣି ପାଇଁ ପ୍ରତିନିଧି ସଭା ପ୍ରସ୍ତାବ ଗୃହୀତ କରି ଏହାକୁ ସିନେଟ୍କୁ ପଠାଇଛି । ପ୍ରତିନିଧି ସଭାରେ ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ୨୨୮ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୧୯୩ ଭୋଟ ପଡ଼ିଥିଲା । ପ୍ରତିନିଧି ସଭାର ବାଚସ୍ପତି ନାନ୍ସି ପେଲୋସି ଏଥିରେ ସ୍ୱାକ୍ଷର କରି ମହାଭିଯୋଗର ଶୁଣାଣି ପାଇଁ ସିନେଟ୍କୁ ପଠାଇଛନ୍ତି । ତେବେ ସିନେଟ୍ରେ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର ସଂଖ୍ୟାଗରିଷ୍ଠତା ଥିବାରୁ ଟ୍ରମ୍ପଙ୍କ ପ୍ରତି କୌଣସି ବିପଦ ନାହିଁ ବୋଲି କୁହାଯାଉଛି । ଆମେରିକା ବିରୋଧୀ ନେତା ତଥା ଆଶାୟୀ ରାଷ୍ଟ୍ରପତି ପ୍ରାର୍ଥୀ ଜଏ ବେଡେନଙ୍କ ବିରୋଧରେ ମିଥ୍ୟା ଦୁର୍ନୀତି ଅଭିଯୋଗ ଆଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଷ୍ଟ୍ରପତି ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତିଙ୍କ ଉପରେ ଚାପ ସୃଷ୍ଟି କରିଥିଲେ ବୋଲି ଅଭିଯୋଗ ହୋଇଛି ।