ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ : ଭାରତୀୟ ଖେଳାଳିଙ୍କ ଫ୍ଲାଗ୍ ମାର୍ଚ୍ଚ

ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ : ଭାରତୀୟ ଖେଳାଳିଙ୍କ ଫ୍ଲାଗ୍ ମାର୍ଚ୍ଚ

ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ : ଭାରତୀୟ ଖେଳାଳିଙ୍କ ଫ୍ଲାଗ୍ ମାର୍ଚ୍ଚ

ନୂଆଦିଲ୍ଲୀ ୨୩/୦୭ : ଆରମ୍ଭ ହୋଇଯାଇଛି ଖେଳର ମହାକୁମ୍ଭ ଅଲିମ୍ପିକ ମହାସମର । ଦୀର୍ଘ ଏକ ବର୍ଷର ଅପେକ୍ଷା ପରେ ଜାପାନର ଟୋକିଓରେ ଅଲିମ୍ପିକ ମହାସମର ଆରମ୍ଭ ହୋଇଯାଇଛି । ଉଦଘାଟନୀ ସମାରୋହରେ ଆଥଲେଟ ମାନଙ୍କୁ ଜୋରଦାର ସ୍ବାଗତ କରାଯାଇଛି । କରୋନା ମହାମାରୀ ସମୟରେ ସତର୍କତା ପୂର୍ବକ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଟୋକିଓ ଅଲିମ୍ପିକ୍ । ଉଦଘାଟନୀ ଉତ୍ସବରେ ଷ୍ଟାଡିୟମରେ ଖଚାଖଚ୍‌ ଭରା ଦର୍ଶକ ଅଛନ୍ତି । ବିଭିନ୍ନ ଆତସବାଜୀ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ନିଆରା ଢଙ୍ଗରେ ଆରମ୍ଭ ହୋଇଯାଇଛି ବିଶ୍ବର ଅନ୍ୟତମ କ୍ରୀଡା ସମାରୋହ । 

ଭାରତୀୟ ଦଳର ୨୦ ଜଣ ଆଥଲେଟ୍ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ । କିମ୍ବଦନ୍ତି ପାଲଟିଥିବା ଭାରତୀୟ ବକ୍ସର ମେରୀ କମ୍ ଓ ଭାରତୀୟ ହକିଦଳର ଅଧିନାୟକ ମନପ୍ରିତ ସିଂ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ବ କରିଥିଲେ । ଅଲିମ୍ପିକ୍ସର ପରମ୍ପରା ଅନୁସାରେ ଗ୍ରୀସର ଆଥଲେଟ ଦଳ ପ୍ରଥମେ ଶୋଭାଯାତ୍ରାରେ ବାହାରି ଥିଲେ ।

ଅଲିମ୍ପିକ୍ସରେ ଏଥର ୨୦୦ରୁ ଅଧିକ ଦେଶର ପାଖାପାଖି ୧୧୪୦୦ ପ୍ରତିଯୋଗୀ ନିଜ ଅପୂର୍ବ କ୍ରୀଡ଼ା ଦକ୍ଷତାର ବଳିଷ୍ଠ ନିଦର୍ଶନ ଦେବେ। ୩୩ କ୍ରୀଡ଼ାର ୫୦ ଶୃଙ୍ଖଳା ଓ ୩୩୯ ଇଭେଣ୍ଟରେ ଜାପାନ ରାଜଧାନୀ ଟୋକିଓରେ ଶୁକ୍ରବାରଠାରୁ ଅଗଷ୍ଟ ୮ ତାରିଖ ପର୍ୟ୍ୟନ୍ତ ଚାଲିବ ଏହି କ୍ରୀଡ଼ା ମହାସମର । ଏଥର ଭାରତ ୧୨୭ ଜଣ ଖେଳାଳି ଟୋକିଓ ପଠାଇଛି। ସେମାନଙ୍କ ମଧ୍ୟରେ ୫ ଓଡ଼ିଆ ଅଛନ୍ତି

ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ କରୋନା ମହାମାରୀ ବ୍ୟାପିବା ପରେ ତାହାକୁ ୨୦୨୧କୁ ଘୁଞ୍ଚାଇଦିଆଯାଇଥିଲା । ମହାମାରୀ ବ୍ୟାପିବାର ଆଶଙ୍କା ଥିବାରୁ ଜାପାନରେ ଏହି କ୍ରୀଡ଼ା ସମାରୋହକୁ ବିରୋଧ କରାଯାଉଥିଲା । ତେବେ ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ବେ ଆୟୋଜକମାନେ ଏହାକୁ ଆୟୋଜନ କରିବାରେ ସଫଳ ହୋଇଛନ୍ତି । କରୋନା ସଂକ୍ରମଣରୁ ଖେଳାଳୀମାନଙ୍କୁ ସୁରକ୍ଷିତ ରଖିବାକୁ କ୍ରୀଡ଼ାଗ୍ରାମରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ।