ଟୋକିଓ ଅଲିମ୍ପିକ୍ସକୁ ନେଇ ଅନିଶ୍ଚିତତାରେ ଜାପାନବାସୀ

ଟୋକିଓ ଅଲିମ୍ପିକ୍ସକୁ ନେଇ ଅନିଶ୍ଚିତତାରେ ଜାପାନବାସୀ

ଟୋକିଓ ଅଲିମ୍ପିକ୍ସକୁ ନେଇ ଅନିଶ୍ଚିତତାରେ ଜାପାନବାସୀ
ଟୋକିଓ: ଆସନ୍ତା ବର୍ଷ ଆୟୋଜିତ ହେବ ଟୋକିଓ ଅଲିମ୍ପିକ୍ସ । ବିଶ୍ୱର ଅନ୍ୟ ଦେଶମାନଙ୍କ ଠାରୁ ଜାପାନରେ କରୋନା ସଂକ୍ରମଣ ବହୁତ କମ । ତଥାପି ସଂକ୍ରମଣ କିନ୍ତୁ ବଢ଼ୁଛି । ଗତ ରବିବାରର ରିପୋର୍ଟ ଅନୁସାରେ ଜାପାନରେ ୨,୪୨୪ ଲୋକ ସଂକ୍ରମିତ ହୋଇଥିଲେ ଏବଂ ୩୨ ଜଣଙ୍କର ମୃତୁ୍ୟ ହୋଇଥିଲା । ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଏବଂ ଆୟୋଜକ ଜାପାନ ସରକାର ଆସନ୍ତା ବର୍ଷ କ୍ରୀଡ଼ା ଆୟୋଜନ ନେଇ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଯେପରି ହେଲେ ବି କ୍ରୀଡ଼ା ୨୦୨୧ ରେ ଆୟୋଜିତ ହେବ । କିନ୍ତୁ ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ଜାପାନବାସୀ କ୍ରୀଡ଼ା ଆୟୋଜନ ନେଇ ଅନିଶ୍ଚିତତାରେ ରହିଛନ୍ତି । ରୟୋଟା ସାଟୋ କହିଛନ୍ତି, ଏଭଳି ସମୟରେ ବିଦେଶୀମାନେ ଜାପାନ ଆସିବେ ଏହା ଚିନ୍ତାର ବିଷୟ । ତେଣୁ କ୍ରୀଡ଼ା ଆୟୋଜନକୁ ସମର୍ଥନ କରିପାରିବି ନାହିଁ । ମୁଁ ଭାବୁଛି ଅଲିମ୍ପିକ୍ସକୁ ବାତିଲ ହୋଇପାରେ ।’ ଅଲିମ୍ପିକ୍ସ ଆୟୋଜନ ହେଲେ ୧୫ ହଜାରରୁ ଊଦ୍ଧ୍ୱର୍ କ୍ରୀଡ଼ାବିତ ଓ ଅଫିସିଆଙ୍କ ସମାଗମ ଟୋକିଓରେ ହେବ । ଏମିତିବି ଆଇଓସି ଓ ଆୟୋଜକ ଜାପାନ ସରକାର କିଛି ବିଦେଶୀ ଦର୍ଶକଙ୍କୁ ମଧ୍ୟ କ୍ରୀଡ଼ା ଦେଖିବା ନେଇ ଅନୁମତି ମିଳିବ ନାହିଁ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି । ଯଦି କ୍ରୀଡ଼ା ବାତିଲ ହୁଏ ତେବେ ବହୁ କ୍ଷତି ହେବ । କ୍ଷତିର ପରିମାଣ ୨.୮ ବିଲିୟନ ଡଲାର ଟପିଯିବ ବୋଲି କୁହାଯାଉଛି ।