ଟୋକନକୁ ନେଇ ଗୃହରେ ଉଦବେଗ

ଟୋକନକୁ ନେଇ ଗୃହରେ ଉଦବେଗ

ଟୋକନକୁ ନେଇ ଗୃହରେ ଉଦବେଗ
ଭୁବନେଶ୍ୱର: ବୁଧବାର ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ଶାସକ ଦଳର ୩ ଜଣ ବିଧାୟକ ଏନେଇ ଉଦବେଗ ପ୍ରକାଶ କରିଛନ୍ତି । ଏହି ଅବସରରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯିବାକୁ ଦାବି କରିଛନ୍ତି । ସ୍ୱଚ୍ଛତା ପାଇଁ ଚାଷୀଙ୍କୁ ଅସୁବିଧାରେ ପକାନଯାଉ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ସେହିପରି ଚାଷୀ ଦୁଃଖ ଓ ଉଦବେଗରେ ଅଛନ୍ତି ବୋଲି ବିଧାୟକ ରୋହିତ ପୂଜାରୀ କହିଛନ୍ତି । କେବେ ଧାନ ଉଠିବ ସେ ସମ୍ପର୍କରେ ଚାଷୀ ଜାଣିପାରୁନଥିବା ଶ୍ରୀ ପୂଜାରୀ କହିଛନ୍ତି । ଅନ୍ୟପକ୍ଷରେ ବିଧାୟକ ବିଜୟ ରଞ୍ଜନ ସିଂବରିହା ବିଧାନସଭାରେ ଅଖା ବସ୍ତା, ଧାନିକିଣା ପ୍ରସଙ୍ଗ ଉଠାଇଛନ୍ତି ।