ଟିକା ନେଇପାରିବେ ୧୮ ବର୍ଷରୁ ୪୪ ବର୍ଷର ଯୋଗ୍ୟ ସ୍ୱାସ୍ଥ୍ୟକର୍ମୀ

ଟିକା ନେଇପାରିବେ ୧୮ ବର୍ଷରୁ ୪୪ ବର୍ଷର ଯୋଗ୍ୟ ସ୍ୱାସ୍ଥ୍ୟକର୍ମୀ

ଟିକା ନେଇପାରିବେ ୧୮ ବର୍ଷରୁ ୪୪ ବର୍ଷର ଯୋଗ୍ୟ ସ୍ୱାସ୍ଥ୍ୟକର୍ମୀ
ଭୁବନେଶ୍ୱର: ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କ ପଞ୍ଜୀକରଣ ବନ୍ଦ କରିବା ଲାଗି ନିଦେ୍ର୍ଧଶକ ଗୋଟିଏ ଦିନ ପରେ କେନ୍ଦ୍ର ସରକାର ଏଥିରେ ପୁନର୍ବାର ସଂଶୋଧନ କରିଛନ୍ତି । ୧୮ ବର୍ଷରୁ ୪୪ ବର୍ଷର ଯୋଗ୍ୟ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧା ଟିକା ନେବାରୁ ବର୍ତ୍ତି ଯାଇଛନ୍ତି ସେମାନେ ଟିକା ନେଇପାରିବେ । ଏ ସଂକ୍ରାନ୍ତରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାପାଳ, ନଗର ନିଗମ ଓ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି । ଟିକା ନେବା ପାଇଁ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ନିଜର ଫଟୋ, ନିଯୁକ୍ତି ସାର୍ଟିଫିକେଟ୍, କୋୱିନ ପୋର୍ଟାଲରେ ନିଯୁକ୍ତି ସାର୍ଟିଫିକେଟ ଯୋଡ଼ିବାକୁ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ସାଇଟ୍ ମ୍ୟାନେଜର ଦାୟୀ ରହିବେ । ବିଦୁ୍ୟତ, ଜଳ ଯୋଗାଣ ଓ ପରିବହନ ସେବାରେ କାର୍ଯ୍ୟରତ ଆଗଧାଡ଼ିର ଯୋଦ୍ଧାମାନେ ଟିକା ନେଇପାରିବେ । ଉଲ୍ଲେଖ ଯେ, କିଛି ବ୍ୟକ୍ତି ନିୟମର ଉଲ୍ଲଂଘନ କରି ନିଜକୁ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧା ଦର୍ଶାଇ ଟିକା ନେବା ଲାଗି କୋୱିନ ପୋର୍ଟାଲରେ ନିଜ ନାମ ପଞ୍ଜୀକରଣ କରିଥିବା ନଜରକୁ ଆସିଥିଲେ । କିଛି ଟିକାକରଣ କେନ୍ଦ୍ରରେ ଏହି ଦୁଇ ବର୍ଗର ହିତାଧିକାରୀଙ୍କ ପଞ୍ଜୀକରଣ ସଂଖ୍ୟା ବୃଦ୍ଧି ପାଇଥିଲା । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କ ପଞ୍ଜୀକରଣ ନ କରିବା ଲାଗି ନିଦେ୍ର୍ଧଶ ଦିଆଯାଇଥିଲା ।