ସଙ୍ଗରୋଧ ଜରୁରୀ ନୁହେଁ , ଜାଣନ୍ତୁ କାରଣ କଣ

ସଙ୍ଗରୋଧ ଜରୁରୀ ନୁହେଁ , ଜାଣନ୍ତୁ କାରଣ କଣ

ସଙ୍ଗରୋଧ ଜରୁରୀ ନୁହେଁ , ଜାଣନ୍ତୁ କାରଣ କଣ
ଭୁବନେଶ୍ୱର: କୋଭିଡ ଡୁ୍ୟଟି କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସଙ୍ଗରୋଧ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି । ଦ୍ୱିତୀୟ ଡୋଜ ଟିକା ନେବାର ୨ ସପ୍ତାହ ପରେ କୋଭିଡ ହସ୍ପିଟାଲରେ ଡୁ୍ୟଟି କରୁଥିବା କର୍ମଚାରୀଙ୍କୁ ପୂର୍ବଭଳି ଆଉ ୧୫ ଦିନରେ ଡୁ୍ୟଟି ପରେ ଆଉ ସଙ୍ଗରୋଧରେ ରଖିବାର କୌଣସି ଆବଶ୍ୟକତା ନାହିଁ । ସେମାନେ ପୂର୍ବଭଳି ସାପ୍ତାହିକ ଛୁଟି ନେଇପାରିବେ । ତେଣୁ ପୂର୍ବ ନିୟମ ଅନୁସାରେ କୋଭିଡ ହସ୍ପିଟାଲରେ ଡୁ୍ୟଟି ପାଇଁ ଆଉ ଏକ ରିଜର୍ଭ ବ୍ୟାଚ ରଖିବାର ଆବଶ୍ୟକତା ନାହିଁ । ଏ ସଂକ୍ରାନ୍ତରେ ସବୁ ସିଡିଏମଓ ଓ ସରକାରୀ ମେଡିକାଲ କଲେଜର ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଚିଠିରେ କୁହାଯାଇଛି ଯେ ଯଦି କୌଣସି ସ୍ୱାସ୍ଥ୍ୟକର୍ମୀଙ୍କ ଡୁ୍ୟଟି ସମୟରେ ଲକ୍ଷଣ ପ୍ରକାଶ ପାଏ ତାହା ହେଲେ ତୁରନ୍ତ ତାଙ୍କୁ ପୃଥକ ବାସରେ ରଖିବା ସହିତ କୋଭିଡ ପରୀକ୍ଷା ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବା ଉଚିତ । କୋଭିଡ ହସ୍ପିଟାଲ ଗୁଡ଼ିକରେ ସଂକ୍ରମଣକୁ ରୋକିବା ଲାଗି ଯେଉଁ ନିୟମାବଳୀ ରହିଛି ତାହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ଉଚିତ ବୋଲି କୁହାଯାଇଛି ।