ଟିକା ଦର ଅଧିକ ଥିବାବେଳେ ସରକାରୀ ଓ ଘରୋଇ ଦର ସମାନ କରିବା ଉଚିତ : ସଂଘ ସମ୍ପାଦକ

ଟିକା ଦର ଅଧିକ ଥିବାବେଳେ ସରକାରୀ ଓ ଘରୋଇ ଦର ସମାନ କରିବା ଉଚିତ : ସଂଘ ସମ୍ପାଦକ

ଟିକା ଦର ଅଧିକ ଥିବାବେଳେ ସରକାରୀ ଓ ଘରୋଇ ଦର ସମାନ କରିବା ଉଚିତ : ସଂଘ ସମ୍ପାଦକ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଆସନ୍ତା ମେ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧମାନଙ୍କୁ ଟିକା ଦିଆଯିବ । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଟିକା ଦର ଅଧିକ ଥିବାବେଳେ ସରକାରୀ ଓ ଘରୋଇ ଦର ସମାନ କରିବା ଉଚିତ ବୋଲି ଘରୋଇ ହସ୍ପିଟାଲ ସଂଘ ସମ୍ପାଦକ କହିଛନ୍ତି । ସେ କହିଛନ୍ତି ଯେ, କୋଭିସିଲ୍ଡ ଟିକା ୬୦୦ ଟଙ୍କା ଅଛି । ତାହା ୭୦୦ କି ୭୫୦ ଟଙ୍କା ପଡ଼ିବ । ୧୨୦୦ ଟଙ୍କା ଦର ଥିବା କୋଭାକ୍ସିନ ଟିକା ୧୩୦୦ କି ୧୩୫୦ ପଡ଼ିବ । ତେଣୁ ଘରୋଇ ହସ୍ପିଟାଲ ଅପେକ୍ଷା ସରକାରୀ ହସ୍ପିଟାଲରେ ଲୋକେ ଅଧିକ ଟିକା ନେବେ । କେତେ ଲୋକ ଟିକା ନେବେ ପୂର୍ବରୁ ଜଣାଇବା ପରେ ଆମେ ଟିକା ଆଣିବୁ । ୨୦ ଟିକିଆ ଭାଇଲ ଯୋଗୁଁ ୨୦ ଜଣ ଲକାଠି ହେଲେ ହିଁ ଆମେ ଟିକା ଦେବୁ । ତେଣୁ ସିଙ୍ଗଲ ଡୋଜ ବା ଆମ୍ପୁଲ ଟିକା ଆସିଲେ ଭଲ ହେବ ବୋଲି ଘରୋଇ ହସ୍ପିଟାଲ ସଂଘ ସମ୍ପାଦକ କହିଛନ୍ତି ।