ଟିଏମସି ବିଧାୟକଙ୍କ ଘରୁ ମିଳିଲା ନଗଦ ୧୬କୋଟି

ଟିଏମସି ବିଧାୟକଙ୍କ ଘରୁ ମିଳିଲା ନଗଦ ୧୬କୋଟି

ଟିଏମସି ବିଧାୟକଙ୍କ ଘରୁ ମିଳିଲା ନଗଦ ୧୬କୋଟି


କୋଲକତା : ଟିଏମସି ବିଧାୟକ ଜାକିର ହୁସେନଙ୍କ ମୁର୍ସିବାଦ ଘର ଓ କାର୍ଯ୍ୟାଳୟ ସମେତ ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢଉ କରି ନଗଦ ପ୍ରାୟ ୧୬କୋଟି ଟଙ୍କା ଜବତ କରିଛି । ବିଧାୟକଙ୍କ ମୁର୍ସିବାଦ କାର୍ଯ୍ୟାଳୟ ସମେତ ମୋଟ ୨୮ଟି ସ୍ଥାନରେ ଆୟକର ବିଭାଗ ଏକକାଳୀନ ଚଢଉ କରିଥିଲା । ମୁର୍ସିବାଦସ ଘରୁ ୧୦.୯୦କୋଟି ଟଙ୍କା ନଗଦ ମିଳିଥିବାବେଳେ ଏକ ଏକ ବିଡି କାରଖାନାରୁ ୫.୫କୋଟି ଟଙ୍କା ନଗଦ ଜବତ କରାଯାଇଛି ।

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ହୁସେନଙ୍କ ରଘୁନ।।ଥଗଂଜ ସ୍ଥିତ ବାସଭବନ, ରାଇସ୍‌ ମିଲ୍‌ ଓ ବିଡି କାରଖାନରେ ଚଢଉ ହୋଇଥିବା ଜଣାପଡିଛି । ଟିଏମ୍ସିର ବରିଷ୍ଠ ନେତା ପାର୍ଥ ଚାଟାର୍ଜୀଙ୍କ ଆପାର୍ଟମେଣ୍ଟରୁ କିଛି ମାସ ତଳେ ପ୍ରାୟ ୫୦କୋଟି ନଗଦ ଟଙ୍କା ଓ ସୁନା ଜବତ ହୋଇଥିଲା ।