ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହେଲା ଶ୍ରୀରାମଙ୍କ ପ୍ରତିକୃତି

ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହେଲା ଶ୍ରୀରାମଙ୍କ ପ୍ରତିକୃତି

ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହେଲା ଶ୍ରୀରାମଙ୍କ ପ୍ରତିକୃତି
ନ୍ୟୁୟର୍କ : ଅଯୋଧ୍ୟାରେ ରାମଲଲାଙ୍କ ଭୂମିପୂଜନ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ସମ୍ମାନ ଜଣାଇ ନ୍ୟୁୟର୍କ ସ୍ଥିତ ଟାଇମ ସ୍କୋୟାରରେ ରାମଲଲାଙ୍କ ଏକ ପ୍ରତିକୃତି ଦେଖିବାକୁ ମିଳିଛି । ଏହି ଐତିହାସିକ ମୂହୂର୍ତ୍ତରେ ନ୍ୟୁୟର୍କରେ ରହିଥିବା ଭାରତୀୟ ମାନେ ମଧ୍ୟ ଏହି ସମୟକୁ ଉପଭୋଗ କରିଥିଲେ । ପ୍ରସ୍ତାବିତ ରାମ ମନ୍ଦିର ଏବଂ ପ୍ରଭୁ ଶ୍ରୀରାମଙ୍କର ଏକ ଥ୍ରୀଡି ପ୍ରତିକୃତି ଦେଖିବାକୁ ମିଳିଥିଲା । ଏହା ସହିତ ଏହି ପ୍ରତିକୃତିରେ ଏକ ଭାରତୀୟ ଜାତୀୟ ପତକା ମଧ୍ୟ ଦେଖିବାକୁ ମିଳିଥିଲା । ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ପ୍ରତିକୃତି ଲାଗିବାର ଯୋଜନା ରହିଥିଲେ ମଧ୍ୟ ଏହା ରାତି ଗୋଟାଏ ପର୍ଯ୍ୟନ୍ତ ପ୍ରଦର୍ଶିତ ହୋଇଥିଲା । ଜଗଦୀଶ ସେୱାନୀଙ୍କ ନେତୃତ୍ୱରେ ଭାରତୀୟ ମାନେ ନ୍ୟୁୟର୍କର ବିଭିନ୍ନ ସ୍ଥାନରୁ ଆସି ଟାାଇମ ସ୍କୋୟାରରେ ରୁଣ୍ଡ ହୋଇଥିଲେ । ଜୟ ଶ୍ରୀରାମ ନାରାରେ ଟାଇମ୍ ସ୍କୋୟାର କମ୍ପିଥିବା ବେଳେ ଏହା ଦ୍ୱାରା ରାଜନୈତିକ ବିଜ୍ଞାପନ କରାଯାଉଥିବାର ଅଭିଯୋଗ କରାଯାଇଥିଲା । ତେବେ ଆୟୋଜକଙ୍କ ପକ୍ଷରୁ ଏହି ଦାବିକୁ ଖାରଜ କରାଯାଇଥିଲା ।