ଝୁକେଙ୍ଗେ ନେହିଁ: ନବାବ ମଲ୍ଲିକ
ଝୁକେଙ୍ଗେ ନେହିଁ: ନବାବ ମଲ୍ଲିକ
ମୁମ୍ବାଇ: ଶେଷରେ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଦାଉଦ୍ ଇବ୍ରାହିମ ଏବଂ ଅଣ୍ଡରୱାଲଡ୍ଙ୍କ ସହ ଲିଙ୍କ ଅଭିଯୋଗରେ ଇଡି ନବାବଙ୍କୁ ବାନ୍ଧିଛି। ଅଣ୍ଡରୱାଲଡ୍ଙ୍କ ସହ ବେଆଇନ୍ ଜମିକିଣାବିକା ମାମଲାରେ ନବାବଙ୍କ ସମ୍ପୃକ୍ତିଥିବା ପ୍ରମାଣ ପାଇବା ପରେ ଇଡି ତାଙ୍କୁ ଗିରଫ କରିଛି।
ଅପରପକ୍ଷରେ ଗିରଫ ପରେ ନବାବ ମଲ୍ଲିକ କହିଛନ୍ତିଯେ, ଝୁକେଙ୍ଗେ ନେହିଁ, ଡରେଙ୍ଗେ ନେହିଁ। ସମସ୍ତଙ୍କର ପର୍ଦ୍ଦାଫାଶ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।
ନିକଟରେ ଇଡି ପକ୍ଷରୁ ଦାଉଦ୍ ଇବ୍ରାହିମଙ୍କ ଭାଇ ଇକବାଲ କସ୍କରଙ୍କର ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଉପରେ ରେଡ୍ କରିଥିଲା। ଏଥିସହ ଇକବାଲଙ୍କୁ ମଧ୍ୟ ଇଡି ଗିରଫ କରିଥିଲା। ତେବେ ତନାଘନାବେଳେ ଇକବାଲଙ୍କଠାରୁ ନବାବ କେତେକ ପ୍ଲଟ୍ କିଣିଥିବା ଜଣାପଡ଼ିଥିଲା। କୋର୍ଟ ମଲିକଙ୍କୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଇ ଦେଇଛନ୍ତି।
ଏନସିପି ନେତା ତଥା ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ଗିରଫଦାରୀକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ବେଆଇନ ଟଙ୍କା କାରବାର ନେଇ ତାଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦୀର୍ଘ ସମୟ ଧରି ଜେରା କରାଯାଉଥିଲା । ଏ ନେଇ ପ୍ରମାଣ ମିଳିବା ପରେ ଗିରଫ କରାଯାଇଥିବା ନେଇ ଇଡ଼ି ପକ୍ଷରୁ କୁହାଯାଇଛି ।




admin 