ଝିଟିପିଟି ଶରୀରର କେଉଁ ଅଙ୍ଗରେ ପଡ଼ିଲେ କ’ଣ ହୁଏ, ଜାଣନ୍ତୁ ଶୁଭ ଓ ଅଶୁଭ
ଝିଟିପିଟି ଶରୀରର କେଉଁ ଅଙ୍ଗରେ ପଡ଼ିଲେ କ’ଣ ହୁଏ, ଜାଣନ୍ତୁ ଶୁଭ ଓ ଅଶୁଭ
admin
May 27, 2021 - 10:54
Updated: May 27, 2021 - 10:54
ଆଗାମୀ ଭିଷ୍ୟତରେ ଆପଣଙ୍କ ସହିତ କେଉଁଠି କେମିତି କ’ଣ ଘଟିଯିବ ତାହାକୁ କେହି ବି ଜାଣିନଥାନ୍ତି । କିନ୍ତୁ ଏପରି ଜୀବଜନ୍ତୁ ଅଛନ୍ତି ଯେଉଁମାନେ ଆସୁଥିବା ଆଗତ ଭବିଷ୍ୟତରେ ଆପଣଙ୍କ ସହିତ କ’ଣ ଘଟିବ ତାହା ବିଷୟରେ ଆପଣଙ୍କୁ ସୂଚନା ଦେଇଥାନ୍ତି । ଏମିତିରେ ଆଗତ ଭବିଷ୍ୟତରେ କ’ଣ ଘଟିବ ତାହା ବିଷୟରେ ଆମ ଘରେ ରହୁଥିବା ଝିଟିପିଟିମାନେ ମଧ୍ୟ ସଙ୍କେତ ଦେଇଥାନ୍ତି । ସମ୍ପର୍କରେ ଜଡ଼ିତ ଥିବା ଦୁଇ ଝିଟିପିଟିଙ୍କ ଯଦି ଆପଣ ସମାନାରେ ଦେଖନ୍ତି ତାହା ହେଲେ ଆପଣ ଜାଣିବେ ପୁରୁଣା ବନ୍ଧୁ ବାନ୍ଧବଙ୍କ ସହିତ ଭେଟ ହେବାର ଅଛି । ଯଦି ଦୁଇଟି ଝିଟିପିଟି ଝଗଡ଼ା ହେଉଥିବାର ଦେଖନ୍ତି ତେବେ ଜାଣିବେ ଆପଣଙ୍କର କୌଣସି ଲୋକ ସହିତ ଝଗଡ଼ା ହେବାର ଅଛି । ତେଣୁ ଆପଣ ସାବଧାନ ହୋଇ ରୁହନ୍ତୁ । ଏହାଛଡ଼ା ପ୍ରାୟ ସମୟରେ ଆମ ଉପରେ ଝିଟିପିଟି ପଡ଼ିଯାଆନ୍ତି । ତେବେ ଜାଣିବା ଝିଟିପିଟି ଶରୀର କେଉଁ ଅଙ୍ଗରେ ପଡ଼ିଲେ କ’ଣ ଶୁଭ ଓ ଅଶୁଭ ହୋଇଥାଏ ।
- ଝିଟିପିଟି ଯଦି ଆପଣ ମଥା ଉପରେ ପଡ଼ିଯାଏ । ଆପଣ ଜାଣିବେ ଆପଣଙ୍କୁ କିଛି ସମ୍ପତ୍ତି ମିଳିବାର ଅଛି ।
- ଝିଟିପିଟି କେଶ ଉପରେ ପଡ଼ିଲେ ଜାଣିବେ ମୃତୁ୍ୟ ଆପଣଙ୍କ ସାମନାରେ ଛଡ଼ା ହୋଇଛି । ତେଣୁ ଆପଣ ସେ ଜାଗା ଛାଡ଼ି ତୁରନ୍ତ ପଳାଇଯିବା ଦରକାର ।
- ଯଦି ଆପଣଙ୍କ ଡାହାଣ କାନରେ ଝିଟିପିଟି ପଡ଼ିଯାଏ ଜାଣିବେ ଆପଣଙ୍କୁ କିଛି ଆଭୂଷଣ ମିଳିବାର ଅଛି ।
- ଝିଟିପିଟି ବାମ କାନରେ ପଡିଲେ ଜାଣିବେ ଆପଣଙ୍କ ଆୟୁ ବୃଦ୍ଧି ହୋଇପାରେ ।
- ଯଦି ଆପଣଙ୍କ ନାକରେ ଝିଟିପିଟି ପଡିଯାଏ ତେବେ ଜାଣିବେ ଯଥାଶୀଘ୍ର ଆପଣଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି ।
- ଯଦି ଆପଣଙ୍କ ପାଟିରେ ଝିଟିପିଟି ପଡେ଼ ତ ଜାଣିବେ ମଧୁର ଭୋଜନପ୍ରାପ୍ତିର ସୁଯୋଗ ରହିଛି ।
- ଯଦି ଆପଣଙ୍କ ବାମ ଗାଲରେ ପଡେ ତାହା ହେଲେ ପୁରୁଣା ବନ୍ଧୁ ସହିତ ଭେଟ ହେବାର ଅଛି ।
- ଡାହାଣ ଗାଲରେ ପଡ଼ିଲେ ତାହା ହେଲେ ଆପଣଙ୍କ ବୟସ ବୃଦ୍ଧି ହେବ ।
- ଯଦି ଆପଣଙ୍କ ବେକ ଉପରେ ପଡେ ତାହା ହେଲେ ଆପଣ କାମରେ ସଫଳତା ପାଇବେ ।
- ଆପଣଙ୍କ ଦାଢ଼ି ଉପରେ ପଡ଼ିଲେ ଆପଣ ସାବଧାନ ହୋଇଯିବା କଥା । କାରଣ ଆପଣଙ୍କ ସାମନାରେ କୌଣସି ଏକ ଭୟାନକ ଦୁର୍ଘଟଣା ଘଟିବାର ଅଛି ।
- ଡାହାଣ ମଥା ଉପରେ ପଡ଼ିଲେ ଜାଣିବେ ଆପଣଙ୍କ ଧନ ହାନି ହେବାର ଅଛି । ତେଣୁ ଆପଣ ଧାନକୁ ବହୁତ ସାବଧାନର ସହ ଖର୍ଚ୍ଚ କରିବେ ।
- ଆପଣଙ୍କ ଡାହାଣ ଆଖିରେ ପଡେ଼ ତେବେ ଜାଣିବେ କୌଣସି ବନ୍ଧୁ ବାନ୍ଧବଙ୍କ ସହିତ ଭେଟ ହେବାର ଅଛି ।
- ବାମ ଆଖିରେ ପଡ଼ିଲେ ଜାଣିବେ ବହୁତ ବଡ଼ ହାନି ହେବାର ଅଛି ।
- ଆପଣଙ୍କ ପେଟ ଉପରେ ଝିଟିପିଟି ପଡ଼ିଲେ ଆପଣଙ୍କୁ ଆଭୂଷଣ ପ୍ରାପ୍ତି ହେବ ।
- ଯଦି ଆପଣଙ୍କ ଡାହାଣ ଆଣ୍ଠୁରେ ପଡେ଼ ତାହା ହେଲେ ଆପଣଙ୍କ ଯାତ୍ରା କରିବାର ଅଛି । ଆପଣଙ୍କୁ କେଉଁ ଏକ ଭଲ ଜାଗାକୁ ବୁଲିଯିବାର ଅଛି ।
- ବାମ ଆଣ୍ଠୁରେ ପଡ଼ିଲେ ଆପଣ ଜାଣି ରଖନ୍ତୁ ଆପଣଙ୍କ ବୁଦ୍ଧି ନଷ୍ଟ ହୋଇଯିବ । କୌଣସି କଥା ଠିକରେ କାମ କରିବ ନାହିଁ । ଆପଣଙ୍କ କଥା କେହି ମାନିବେ ନାହିଁ ।
- ଆପଣଙ୍କ ଅଣ୍ଟା ମଝିରେ ଝିଟିପିଟି ପଡ଼ିଲେ ଆପଣ ଜାଣିବେ ଆର୍ଥିକ ଲାଭ ହେବାର ଅଛି ।
- ଆପଣଙ୍କ ପିଠି ଉପରେ ପଡ଼ିଲେ ଜାଣିବେ ଆପଣଙ୍କୁ କିଛି ଖୁସି ଖବର ମିଳିବ ।
- ଯଦି ନାଭି ଉପରେ ପଡେ଼ ତାହା ହେଲେ ଆପଣଙ୍କ ମନସ୍କାମନା ପୂରଣ ହେବ ।