ବଜେଟ୍ ୨୦୧୯ : ଉଚ୍ଚ ଶିକ୍ଷା ପାଇଁ ୪୦୦କୋଟି ବ୍ୟୟ ବରାଦ

ବଜେଟ୍ ୨୦୧୯ : ଉଚ୍ଚ ଶିକ୍ଷା ପାଇଁ ୪୦୦କୋଟି ବ୍ୟୟ ବରାଦ

ବଜେଟ୍  ୨୦୧୯ : ଉଚ୍ଚ ଶିକ୍ଷା ପାଇଁ ୪୦୦କୋଟି ବ୍ୟୟ ବରାଦ
ନୂଆଦିଲ୍ଲୀ: ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା ସମୟରେ ଭାରତକୁ ପୁଣି ଶିକ୍ଷା କ୍ଷେତ୍ରରେ କେନ୍ଦ୍ର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଅର୍ଥମନ୍ତ୍ରୀ ସୀତାରମଣ ଉପସ୍ଥାପନାରେ କହିଛନ୍ତି । ଭାରତରେ ଶିକ୍ଷା କ୍ଷେତ୍ରରେ ସୂଚ୍ଛତା ପାଇଁ ପ୍ରୟାସ ଜାରି ରହିଛି । ଉଚ୍ଚ ଶିକ୍ଷା ପାଇଁ ୪୦୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ପାଞ୍ଚ ବର୍ଷ ପୂର୍ବରୁ ଶେଷ୍ଠ ୨୦୦ରେ ଭାରତରୁ ଗୋଟିଏ ବି ନଥିଲେ । ଚଳିତ ଥର ବିଶ୍ୱର ଶ୍ରେଷ୍ଠ ୨୦୦ ଶିକ୍ଷାନୁଷ୍ଠାନ ଭିତରେ ଭାରତର ୩ଟି ସ୍ଥାନିତ ହୋଇଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଦେଶୀ ଛାତ୍ରଙ୍କ ପାଇଁ ଷ୍ଟଡ଼ି ଇଣ୍ଡିଆ ପ୍ରୋଗ୍ରାମ କରାଯିବ । ଅନଲାଇନ ପାଠ୍ୟକ୍ରମ ଉପରେ ବିଶେଷ ଧ୍ୟାନ ଦିଆଯିବ । କୈାଶଳ ବିକାଶ ଯୋଜନାରେ ଦେଶର ଏକ କୋଟି ଯୁବକଙ୍କ ପାଇଁ ସ୍କିଲ ଯୋଜନା କରାଯାଇଛି । ଅକ୍ଟୋବର ୦୨ରେ ଦିଲ୍ଲୀ ରାଜଘାଟରେ ରାଷ୍ଟୀୟ ସ୍ୱଚ୍ଛତା କେନ୍ଦ୍ର ଉଦଘାଟନ କରାଯିବ । ଏହାସହ ଷ୍ଟାର୍ଟ ଅପ ପାଇଁ ଦୂରଦର୍ଶନରେ ନୂଆ କାର୍ଯ୍ୟକ୍ରମ କରାଯିବ ।