‘ଫୋନି ଠୁ ଅଧିକ ଫାଇଲିନଠୁ କମ’

‘ଫୋନି ଠୁ ଅଧିକ ଫାଇଲିନଠୁ କମ’

‘ଫୋନି ଠୁ ଅଧିକ ଫାଇଲିନଠୁ କମ’
ଭୁବନେଶ୍ୱର : ବାତ୍ୟା ‘ଫୋନି’ ନେଇ ଆଇଏମଡି ଏଡିଜି ମୃତୁ୍ୟଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । ପୁରୀ ଠାରୁ ୪୫୦ କିମି ଦୂରରେ ଫୋନି ରହିଅଛି । ୬ ଘଂଟା ମଧ୍ୟରେ ୧୦ କିମି ବେଗରେ ଗତି କରୁଛି । କାଲି ଅପରାହ୍ନରେ ପୁରୀ ପାଖାପାଖି ଲ୍ୟାଣ୍ଡଫେଲ କରିବ । ଗୋପାଳପୁର- ଚାନ୍ଦବାଲି ମଝିରେ ହଟ କରିବା ସମ୍ଭାବନା ରହିଛି । ପବନର ବେଗ ୧୭୦ରୁ ୧୮୦ କିମି ରହିବା ସମ୍ଭବନା ରହିଛି । ୧୨ ଘଂଟା ଭିତରେ ପବନର ବେଗରେ ପରିବର୍ତନ ହୋଇଛି । ଦକ୍ଷିଣ- ଉପକୂଳବର୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ତିତିଲିଠୁ ଅଧିକ ଫାଇଲିନଠୁ କମ ରହିବ ପ୍ରଭାବ ବୋଲି ସୂଚନା ଦେଇଛନ୍ତି ।