ଝିଅର ଭାଇରାଲ ଫଟୋ ଦେଖି ମା’ର ଆତ୍ମହତ୍ୟା

ଝିଅର ଭାଇରାଲ ଫଟୋ ଦେଖି ମା’ର ଆତ୍ମହତ୍ୟା

ଯାଜପୁର: ମୋବାଇଲ ଫୋନରେ ସମ୍ପର୍କ ବାନ୍ଧନ୍ତି ବାଲେଶ୍ୱର ଅଞ୍ଚଳର ଯୁବକ ଯାଜପୁର ଅଞ୍ଚଳର ଯୁବତୀ । ପରେ ଯୁବତୀଙ୍କ ଫଟୋକୁ ଆପତ୍ତିଜନକ ଢ଼ଙ୍ଗରେ ସଜାଇ ଫେସବୁକରେ ଭାଇରାଲ କରିବାକୁ ଆଗେଇ ଆସେ ମନ୍ଦ ବୁଦ୍ଧି ଯୁବକ ଜଣକ । ଝିଅର ଭାଇରାଲ ଫଟୋକୁ ଦେଖିବା ପରେ ଆତ୍ମହତ୍ୟା କରିଛନ୍ତି ଯୁବତୀଙ୍କ ମା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଥାନା ଅଞ୍ଚଳରେ । ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ପୁଲିସ ଖୋଜୁଛି । ପୁଲିସ ସୂଚନା ମୁତାବକ କିଛି ମାସ ତଳେ ଯାଜପୁର ଅଞ୍ଚଳର ଜନୈକା ଯୁବତୀ ଏକ ମୋବାଇଲ ଆପରେ ଯୋଡ଼ି ହୋଇଥିଲେ । ବାଲେଶ୍ୱର ଅଞ୍ଚଳର ଜନୈକ ଯୁବକ ଉକ୍ତ ଆପକୁ ସଂଯୋଗ କରି ଯୁବତୀଙ୍କ ସହ ଘନିଷ୍ଠ ସମ୍ପର୍କ ଯୋଡ଼ିବାକୁ ଆଗେଇ ଆସିଥିଲେ । ପରେ ଫେସବୁକରେ କିଛି ଦିନ ଯୁବକ ଯୁବତୀ ସାମାନ୍ୟ ବନ୍ଧୁ ଭଳି ଆଚରଣ ପ୍ରଦର୍ଶନ କରିଥିଲେ । ହେଲେ କିଛି ଦିନ ପରେ ଯୁବକ ଜଣକ ଯୁବତୀଙ୍କ ସହ ଭିନ୍ନ ଦୃଷ୍ଟିରେ ସମ୍ପର୍କ ବାନ୍ଧିବାକୁ ଉଦ୍ୟମ କରି ବ୍ଲାକମେଲିଂ କରିଥିଲେ । ଯୁବତୀ ଜଣକ ନିଜ ପରିବାରକୁ ଜଣାଇବା ସହ ମୋବାଇଲ ଆପ ସମ୍ପର୍କରୁ ଓହରି ଆସିଥିଲେ । ୩ ଦିନ ତଳେ ଯୁବକ ଜଣକ ଯୁବତୀର କେତେକ ଫଟୋକୁ ଏଡିଟ କରି ଆପତ୍ତିଜନକ ଢ଼ଙ୍ଗରେ ଫେସବୁକରେ ଅପଲୋଡ କରିଦେଇଥିଲେ । ଯୁବତୀଙ୍କ ନାଁରେ ଜାଲ ଫେସବୁକ ଆକାଉଣ୍ଟ ଖୋଲି ଯୁବତୀଙ୍କ ଫଟୋକୁ ଏପଟ ସେପଟ କରି ଆପତ୍ତିଜନକ ଭାବେ ପୋଷ୍ଠ କରିଥିଲେ । ଝିଅର ଆପତ୍ତିଜନକ ଫଟୋକୁ ଦେଖିବା ପରେ ଯୁବତୀଙ୍କ ମା’ମି୍ରୟମାଣ ହୋଇ ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ହେବା ସହ ଯାଜପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ବାଲେଶ୍ୱର ଅଞ୍ଚଳର ଯୁବଙ୍କ ବିରୋଧରେ ଭାରତୀୟ ପିଙ୍ଗଳ ଧାରା-୩୦୬ ଓ ୬୭ ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇଛି । ଯାଜପୁର ଏସପି ଚରଣ ସିଂ ମୀନାଙ୍କ ପ୍ରତ୍ୟକ୍ଷ ନିଦେ୍ର୍ଧଶ କ୍ରମେ ପୁଲିସର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ବାଲେଶ୍ୱର ଅଞ୍ଚଳରେ ରହୁଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ଯାଇଛି ।