ଉସେନ ବୋଲ୍ଟଙ୍କୁ କରୋନା!

ଉସେନ ବୋଲ୍ଟଙ୍କୁ କରୋନା!

ଉସେନ ବୋଲ୍ଟଙ୍କୁ କରୋନା!
ଜାମାଇକା : ବିଶ୍ୱର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କୁ କରୋନା ହୋଇଥିବାର ଆଶଙ୍କା କରାଯାଉଛି । ସୋମବାର ବିଳମ୍ବିତ ରାତ୍ରିରେ ଟ୍ୱିଟ୍ କରି ବୋଲ୍ଟ ସୂଚନା ଦେବା ସହିତ ନିଜର ସମର୍ଥକଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି । ନିଜର ୩୪ ତମ ଜନ୍ମଦିବସ ପାଳନ ପରେ ବୋଲ୍ଟ ଏହି ଟ୍ୱିଟ୍ କରିଛନ୍ତି । ତେବେ ସେ ନିଜର କରୋନା ସମ୍ପର୍କରେ କୌଣସି ଅପଡେଟ୍ ଦେଇ ନାହାନ୍ତି । ୧୦୦ ଏବଂ ୨୦୦ ମି. ସ୍ପ୍ରିଣ୍ଟରେ ରେକର୍ଡଧାରୀ ଧାବକ ଜଣକ ତାଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିବା ସମସ୍ତ ସମର୍ଥକ ଏବଂ ବନ୍ଧୁ ମାନଙ୍କୁ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଜାମାଇକା ପ୍ରଧାନମନ୍ତ୍ରୀ ଆଣ୍ଡ୍ରୁ ହୋଲନସ୍୍ ଜନ୍ମଦିନ ପାର୍ଟିର ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଛନ୍ତି ।