ଝାରସୁଗୁଡାରେ ସାପ୍ତାହିକ ହାଟ ବନ୍ଦ

ଝାରସୁଗୁଡାରେ ସାପ୍ତାହିକ ହାଟ ବନ୍ଦ

ଝାରସୁଗୁଡାରେ ସାପ୍ତାହିକ ହାଟ ବନ୍ଦ
ଭୁବନେଶ୍ୱର: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ଝାରସୁଗୁଡା ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ କରାଯାଇଛି । ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ କରିବାକୁ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତି ନେଇଛନ୍ତି । ଟ୍ୱିଟ୍ କରି ସୂଚନା ଦେଲେ ଝାରସୁଗୁଡା ଜିଲ୍ଲାପାଳ । ପନିପରିବା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଅନ୍ୟତ୍ର ବିକ୍ରି କରିବାକୁ ବ୍ୟବସ୍ଥା କରାଯିବ ।