ମାଲକାନଗିରିକୁ ଫେରିଲା କରୋନା କଟକଣା

ମାଲକାନଗିରିକୁ ଫେରିଲା କରୋନା କଟକଣା

ମାଲକାନଗିରିକୁ ଫେରିଲା କରୋନା କଟକଣା
ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାକୁ ଫେରିଲା କରୋନା କଟକଣା । ଦୋକାନୀ ଓ ଗ୍ରାହକଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଗଲା । ବ୍ୟବସାୟ ପ୍ରତିଷ୍ଠାନରେ ହ୍ୟାଣ୍ଡୱାସ ଓ ସାନିଟାଇଜର ରଖିବାକୁ ନିଦେ୍ର୍ଧଶ ଦିଆଗଲା । ହୋଟେଲ , ରେଷ୍ଟୁରାଂଟରେ ଭିଡ ନ କରିବାକୁ ନିଦେ୍ର୍ଧଶ ଦିଆ ଯାଇଛି । ଧର୍ମୀୟ ଅନୁଷ୍ଠାନରେ ମାସ୍କ ଓ ସାମାଜିକ ଦୂରତା ପାଇଁ ପରାମର୍ଶ ଦିଆଯାଇଛି । ନାଚ , ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାନିଯାତ୍ରାକୁ ବାରଣ କରାଯାଇଛି । ନିୟମ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ନିଦେ୍ର୍ଧଶନାମା ଜାରି କରାଯାଇଛି ।