ଝରାଫୁଲ ହତ୍ୟା ମାମଲା, ଫେରାର୍ ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁ ଗିରଫ

ଝରାଫୁଲ ହତ୍ୟା ମାମଲା, ଫେରାର୍ ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁ ଗିରଫ

ଝରାଫୁଲ ହତ୍ୟା ମାମଲା, ଫେରାର୍ ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁ ଗିରଫ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତୁ୍ୟ ମାମଲା । ଆଉ ଜଣେ ଅଭିଯୁକ୍ତକୁ ଯାଜପୁର ପୁଲିସ ଗିରଫ କରିଛି । ଆଜି ଭୁବନେଶ୍ୱର ଫେରାର ଥିବା ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁ ଗିରଫ ହୋଇଛି । ଯାଜପୁର ପୋଲିସ ଭୁବନେଶ୍ୱରରେ ଚଢଉ କରି ଅଭିଯୁକ୍ତ ଶକ୍ତି ଶେଖରୁ ଗିରଫ କରିଛି । ଝରାଫୁଲ ମୃତୁ୍ୟ ପରଠାରୁ ଏହି ଅଭିଯୁକ୍ତ ଜଣକ ଫେରାର ଥିଲା । ପୂର୍ବରୁ ଝରାଫୁଲ ମୃତୁ୍ୟ ମାମଲାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସୂଚନା ଥାଉକି, ଜାନୁଆରୀ ୨୭ ତାରିଖ ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ମୂଳାପାଳ ଛକ-ରାଜେନ୍ଦ୍ରପୁର ରାସ୍ତା କଡ଼ରୁ ମିଳିଥିଲା । ଜାନୁଆରୀ ୨୫ ତାରିଖରେ ସେ ଭୁବନେଶ୍ୱରରେ ରହୁଥିବା ଧରମ ବାପା ଚକ୍ରଧରଙ୍କ ଝିଅ ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ଗାଁରୁ ଭୁବନେଶ୍ୱର ଆସିଥିଲେ । ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍‌ରେ ବସାଇଥିଲେ ଚକ୍ରଧର । କିନ୍ତୁ ଅସୁସ୍ଥ ଦର୍ଶାଇ ଝରାଫୁଲ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ । ଝରାଫୁଲ ବସ୍‌ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍‌ କରିଥିଲେ । ଝରାଫୁଲ ଫୋନ୍‌ ରିସିଭ୍‌ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ । ତା’ପରଠାରୁ ତାଙ୍କ ମୋବାଇଲ୍‌ ବନ୍ଦ ରହିଥିଲା । ୨୭ ତାରିଖ ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ରାସ୍ତା କଡ଼ରୁ ମିଳିଥିଲା । ପୋଷ୍ଟମଟର୍ମ ରିପୋର୍ଟ ପୋଲିସ୍ର ହସ୍ତଗତ ହୋଇଥିଲା । ଯେଉଁଥିରେ ଶ୍ୱାସରୁଦ୍ଧ ହୋଇ ଝରାଫୁଲ ନାୟକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଅଧିକ ତଦନ୍ତ ଓ ପୁରା ଘଟଣାର ଖୁଲାସା କରିବା ପାଇଁ ଝରାଫୁଲଙ୍କ ଭିସେରା ଟେଷ୍ଟ କରାଯାଇଥିଲା । ଝରାଫୁଲ ମୃତ୍ୟୁ ଘଟଣାରେ ପୋଲିସ୍‌ ଘଟଣା ଦିନ ଅଭିଯୁକ୍ତ ରାକେଶ ପିନ୍ଧିଥିବା ପ୍ୟାଣ୍ଟ୍,‌ ସାର୍ଟ ଜବତ କରିଥିଲା । ଘଟଣା ଦିନ ରାକେଶ ବ୍ୟବହାର କରିଥିବା ମୋବାଇଲ୍ ବି ଜବତ କରିଥିଲା ପୋଲିସ । କୁଆଖିଆ ପୋଲିସକୁ ଅଭିଯୁକ୍ତ ରାକେଶ ବ୍ୟବହାର କରିଥିବା ସ୍କୁଟର ମିଳିଥିବା ବେଳେ ଝରାଫୁଲର ମୋବାଇଲ ଫୋନ୍ କି ରାକେଶର ବନ୍ଧୁ ଶକ୍ତିଶେଖରର କୌଣସି ପତ୍ତା ପାଇ ପାରିନଥିଲା ପୋଲିସ।