ଯୁକ୍ତ ଦୁଇ ପରୀକ୍ଷା ନିଷ୍ପତି କିଛି ହୋଇନି, ଜୁନ୍ ମାସରେ ହେବ : ସମୀର ଦାଶ
ଯୁକ୍ତ ଦୁଇ ପରୀକ୍ଷା ନିଷ୍ପତି କିଛି ହୋଇନି, ଜୁନ୍ ମାସରେ ହେବ : ସମୀର ଦାଶ
admin
Apr 22, 2021 - 06:41
Updated: Apr 22, 2021 - 06:41
ଭୁବନେଶ୍ୱର: +୨ ପରୀକ୍ଷା ନିଷ୍ପତ୍ତି ଜୁନରେ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ଏଥିସହ +୨ ପରୀକ୍ଷାର୍ଥୀ ପାଠପଢାରେ ମନ ଦେବାକୁ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।
ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ଅନୁଯାୟୀ ଜୁନରେ ପରୀକ୍ଷା ନିଷ୍ପତ୍ତି ନିଆଯିବ । ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରିବାକୁ ସରକାରଙ୍କ ଇଚ୍ଛା ନଥିଲା । ଅବସ୍ଥା ଏପରି ହେଲା ଆମେ ପରୀକ୍ଷା କରିବାକୁ ବାଧ୍ୟ ହେଲୁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।
ଆଜି +୨ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଭୁବନେଶ୍ୱର ଲୋୟର ପିଏମଜିରେ +୨ ଛାତ୍ରଛାତ୍ରୀ ବିକ୍ଷୋଭ କରିଥିଲେ ।
ପ୍ରକାଶ ଯେ, ସିବିଏସଇ ଓ ସିଆଇଏସସିଇ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ପରେ ଓଡ଼ିଶା ସରକାର ଗତକାଲି ମାଟ୍ରିକ ପରୀକ୍ଷାକୁ ବାତିଲ କରିଦେଇଥିଲେ । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷାକୁ ବାତିଲ କରିଥିଲେ ।
ପୂର୍ବରୁ ମେ ୩ ତାରିଖରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଜାରି ହୋଇଥିବା ପ୍ରେସ ବାର୍ତାରେ କୁହାଯାଇଥିଲା କରୋନା ସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସମ୍ପର୍କରେ ନିଷ୍ପତି ନିଆଯିବ । ରାଜ୍ୟରେ ଫେବୃୟାରୀରେ ମାଟ୍ରିକ ପରୀକ୍ଷା ହେଉଥିବା ବେଳେ ଏହାକୁ ମେ ୩ ତାରିଖକୁ ଘୁଂଚା ଯାଇଥିଲା । ପରୀକ୍ଷା ସ୍ଥଗିତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ୱେ ରାଜ୍ୟରେ ୬ ଲକ୍ଷ ୧୯ ହଜାର ମାଟ୍ରିକ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚତତା ଦେଖାଦେଇଥିଲା । କାରଣ ପରୀକ୍ଷା ହେବ ନା ନାହିଁ ସେନେଇ ଦ୍ୱନ୍ଦ୍ୱରେ ଥିଲେ ଛାତ୍ରଛତ୍ରୀ । ଗତକାଲି ନବୀନ ନିବାସ ସମ୍ମୁଖରେ ଏବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପହଞ୍ଚିଥିଲେ । ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବା ପାଇଁ ଛାତ୍ରଛାତ୍ରୀ ପହଞ୍ଚିଥିଲେ । ବର୍ତ୍ତମାନ ସ୍ଥିତିକୁ ଦେଖି ପରୀକ୍ଷା ବାତିଲ ଘୋଷଣା କରିବାକୁ ଦାବି କରିଥିଲେ । ଛାତ୍ରଛାତ୍ରୀମାନେ ଗଣଶିକ୍ଷାମନ୍ତ୍ରୀଙ୍କୁ ବି ଭେଟି ଅନୁରୂପ ଦାବି କରିଥିଲେ । କରୋନା ସମୟରେ ପରୀକ୍ଷା ହେବ କି ନାହିଁ । ଯଦି ହେବ ତେବେ ଅନଲାଇନରେ ହେବ କି ଅଫଲାଇନରେ ହେବ ସେ ସମ୍ପର୍କିତ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଥିଲେ । ପରେ ଓଡ଼ିଶା ସରକାର ଗତକାଲି ମାଟ୍ରିକ ପରୀକ୍ଷାକୁ ବାତିଲ କରିଦେଇଥିଲେ ।