ଜେଲ୍‌ରୁ ମୁକୁଳିଲେ ଆର୍ୟନ, ରହିଛି ଏହି ୧୪ ସର୍ତ୍ତ

ଜେଲ୍‌ରୁ ମୁକୁଳିଲେ ଆର୍ୟନ, ରହିଛି ଏହି ୧୪ ସର୍ତ୍ତ

ଜେଲ୍‌ରୁ ମୁକୁଳିଲେ ଆର୍ୟନ, ରହିଛି ଏହି ୧୪ ସର୍ତ୍ତ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଜେଲ୍‌ଡ଼ରୁ ମୁକୁଳିଛନ୍ତି ଶାହରୁଖଙ୍କ ପୁଅ ଆର୍ୟନ ଖାନ୍। ମୁମ୍ବାଇ ହାଇକୋର୍ଟ ୧୪ଟି ସର୍ତ୍ତ ରଖି ଆର୍ୟନ ଖାନଙ୍କ ଜାମିନ ମଞ୍ଜୁର କରିଛନ୍ତି । ଏହି ୧୪ଟି ସର୍ତ୍ତ ହେଉଛି, 

-ଆର୍ୟନ ଅନ୍ୟ କୌଣସି ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ । 

-ସମାନ କାର୍ୟ୍ୟକଳାପରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବେନି ।

-ଏମିତି କୌଣସି କାର୍ୟ୍ୟ କରିବେନି ଯାହାଦ୍ୱାରା ଏନଡିପିଏସ ଆଇନ ଅଧୀନରେ ବିଚାରଣରେ ବାଧା ସୃଷ୍ଟି ହେବ ।

-ସାକ୍ଷୀଙ୍କୁ ପ୍ରଭାବିତ କରିବା କିମ୍ବା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବାକୁ କୌଣସି ପ୍ରୟାସ କରିବେ ନାହିଁ ।

-ସ୍ୱତନ୍ତ୍ର କୋର୍ଟରେ ପାସପୋର୍ଟ ଦାଖଲ କରିବାକୁ ପଡ଼ିବ ।

-କୋର୍ଟ ବିଚାରଣ ସଂକ୍ରାନ୍ତରେ ଗଣମାଧ୍ୟମରେ କୌଣସି ବିବୃତି ରଖିବେନି ।

-ଏନଡିପଏସ ସ୍ୱତନ୍ତ୍ର ବିଚାରପତିଙ୍କ ବିନା ଅନୁମତିରେ ଦେଶ ଛାଡ଼ି ପାରିବେନି ।

-ଯଦି ଗ୍ରେଟର ମୁମ୍ବାଇ ବାହାରକୁ ଯିବେ ତେବେ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରିବାକୁ ପଡ଼ିବ ।

-ପ୍ରତି ଶୁକ୍ରବାର ସକାଳ ୧୧ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ଏନସିବି ମୁମ୍ବାଇ ଅଫିସରେ ହାଜର ହେବେ ।

-କୋର୍ଟରେ ସମସ୍ତ ଡେଟରେ ହାଜର ହେବେ ।

-ଯେତେବେଳେ ଏବଂ ଯେକୌଣସି ସମୟରେ ଡକାଯିବ ତଦନ୍ତ ପାଇଁ ଏନସିବି ଅଧିକାରୀଙ୍କ ପାଖରେ ହାଜର ହେବେ ।

-ଥରେ ବିଚାରଣ ଆରମ୍ଭ ହେବାପରେ ବିଚାରଣକୁ ବିଳମ୍ବିତ କରିବାକୁ ଚେଷ୍ଟା କରିବେନି ।

-ଯଦି ଆର୍ୟନ ଏବଂ ଅନ୍ୟ ଅଭିଯୁକ୍ତମାନେ କୌଣସି ସର୍ତ୍ତର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ଜାମିନ ବାତିଲ କରାଯିବ ।