ବାର୍‌ହ ଆତଙ୍କରେ ଗାଁ ଥରହର

ବାର୍‌ହ ଆତଙ୍କରେ ଗାଁ ଥରହର

ବାର୍‌ହ ଆତଙ୍କରେ ଗାଁ ଥରହର

ପୁରୀ: ବାର୍‌ହା ଖେଳାଇଛି ଆତଙ୍କ। ଗୋଡ଼ା ଗୋଡ଼ାଇ ଆକ୍ରମଣ କରୁଛି। ବତି୍ର୍ତମାନ ପର୍ୟ୍ୟନ୍ତ ବାର୍‌ହା ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି। ପରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ ଅଧୀନ ବାଲିକେରା ଓ ତିନିକୁଦୀ ଗାଁରେ ଘଟିଛି ଏହି ଘଟଣା। ବାର୍ହା ଆକ୍ରମଣରେ ଉଭୟ ଗାଁର ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଛୋଟ ଛୁଆ ଓ ବୃଦ୍ଧ ଲୋକଙ୍କୁ ଘରୁ ବାହାରକୁ ଛଡ଼ାଯାଉନି। 

ମିଳିଥିବା ସୂଚନା ଅନୁଯାୟୀ,  ଆଜି ସକାଳ ୮ଟା ବେଳେ ବ୍ରହ୍ମଗିରି ରେଞ୍ଜ ଅଧୀନ ବାଲିକେରା ଓ ତିନିକୁଦୀ ଗାଁରେ କିଛି ଲୋକ ଧାନ ବିଲରେ କାମ କରୁଥିଲେ। ଏହି ସମୟରେ ଏକ ବାରାହା ଧାନ ବିଲରେ ପଶି ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ ଆକ୍ରମଣ କରିଛି । ଏହି ଆକ୍ରମଣରେ ଉଭୟ ଗାଁର ପ୍ରାୟ ୪ ଜଣ ଗୁରୁତର ଆହତ  ହୋଇଛନ୍ତି।

ସମସ୍ତଙ୍କୁ ପ୍ରଥମେ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ତିନିକୁଦି ଗାଁର ଦୟାନିଧି ପ୍ରଧାନ ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସରେ ପୁରୀ ସଦର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ପଟେ ବାଲିକେରା ଗାଁରେ ବାରାହା  ଆତଙ୍କ ଯୋଗୁ ଲୋକେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି।