ଜେଇଇ ମେନ୍‍ ପରୀକ୍ଷା ଫଳ ପ୍ରକାଶ : ଅମୃତାଂଶୁ ଓଡ଼ିଶା ଟପ୍ପର

ଜେଇଇ ମେନ୍‍ ପରୀକ୍ଷା ଫଳ ପ୍ରକାଶ : ଅମୃତାଂଶୁ ଓଡ଼ିଶା ଟପ୍ପର

ଜେଇଇ ମେନ୍‍ ପରୀକ୍ଷା ଫଳ ପ୍ରକାଶ : ଅମୃତାଂଶୁ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ଜାତୀୟ ପରୀକ୍ଷଣ ସଂସ୍ଥାନ(ଏନଟିଏ) ଦ୍ବାରା ପରିଚାଳିତ ସର୍ବଭାରତୀୟ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍‍) ଜାନୁଆରୀ ସେସନ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଶୀର୍ଷ ୨୦ଜଣିଆ ତାଲିକାରେ ଅଭିନୀତ ମାଜେଟି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ବିତୀୟ ସ୍ଥାନରେ ଅମୋଘ ଜଲାନ ଏବଂ ତୃତୀୟରେ ଅପୂର୍ବ ସମୋତା ରହିଛନ୍ତି। ଏମାନେ ଶତପ୍ରତିଶତ ସ୍କୋର କରିଛନ୍ତି। ଚଳିତ ସେସନରେ ପେପର-୧ ବି.ଇ ଓ ବି.ଟେକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଜେଇଇ ମୁଖ୍ୟ ନିମନ୍ତେ ୮ ଲକ୍ଷ ୬୦ ହଜାର ୬୪ ବିଦ୍ୟାର୍ଥୀ ପଞ୍ଜୀକରଣ କରିଥିଲେ। ସେହିପରି ପେପର-୨ ବି.ଆର୍କ ଏବଂ ବି.ପ୍ଲାନ ପାଠ୍ୟକ୍ରମ ପାଇଁ ଜେଇଇ ମୁଖ୍ୟ ନିମନ୍ତେ ୪୬ ହଜାର ୪୬୫ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାବେଳେ ୯୫.୮୦% ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଏନଟିଏ ପକ୍ଷରୁ ସୂଚନା ମିଳିଛି।

୧୦୦ ଜଣିଆ ଶୀର୍ଷ ତାଲିକାରେ ଜଣେ ହେଲେ ଛାତ୍ରୀ ସ୍ଥାନ ପାଇ ନ ଥିବା ବେଳେ ୫୦ ପରୀକ୍ଷାର୍ଥୀଙ୍କ ଫଳ ପ୍ରକାଶନ କରାଯାଇ ନାହିଁ। ପ୍ରକାଶିତ ହୋଇ ନ ଥିବା ଛାତ୍ରଛାତ୍ରୀଙ୍କ ଖାତାକୁ ଏନଟିଏର ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯିବ। ଜାନୁଆରୀ ୨୪ରୁ ଫେବୃଆରୀ ୧ ପର୍ୟ୍ୟନ୍ତ ଜେଇଇ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ସର୍ବାଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ଏନଟିଏ ପରୀକ୍ଷା ପରିଚାଳନା କରିବାଠାରୁ ଜାନୁଆରୀ ସେସନରେ ପଞ୍ଜୀକରଣ ଏବଂ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ସର୍ବାଧିକ।

ସାଇ ଇଣ୍ଟରନ୍ୟାସନାଲ୍‌‌ ସ୍କୁଲ୍‌‌ ଛାତ୍ର ଅମୃତାଂଶୁ ମହାନ୍ତି ୯୯.୯୭୪ ସ୍କୋର ଅକ୍ତିଆର କରି ଓଡ଼ିଶା ଟପ୍ପର ହୋଇଛନ୍ତି। ଅମୃତାଂଶୁ ପଦାର୍ଥ ବିଜ୍ଞାନରେ ୯୯.୭୬୦, ରସାୟନ ବିଜ୍ଞାନ ୯୯.୯୬୭ ଏବଂ ଗଣିତରେ ୯୯.୯୪୯ ପର୍ସେଣ୍ଟାଇଲ୍‌‌ ରଖିଛନ୍ତି। ସେହିପରି ପ୍ରିୟଙ୍କା ସର ୯୯.୯୪୮, ସଂକେତ ଦାସ ୯୯.୯୧୮, ଦେବାଶିଷ ପଟ୍ଟନାୟକ ୯୯.୮୯୬, ସ୍ନେହିଲ୍‌‌ ସଂଯୋଗ ୯୯.୮୩୭, ସଂକେତ ରାଉତ ୯୯.୮୦୯ ପର୍ସେଣ୍ଟାଇଲ୍‌‌ ରଖିଛନ୍ତି। ୧୬ଜଣ ଛାତ୍ରଛାତ୍ରୀ ୯୯ ପର୍ସେଣ୍ଟାଇଲ୍‌‌ରୁ ଅଧିକ ରଖିଥିବା ବେଳେ ୨୪ ଜଣ ୯୫ ପର୍ସେଣ୍ଟାଇଲ୍‌‌ରୁ ଅଧିକ ଏବଂ ୩୧ ଜଣ ଛାତ୍ରଛାତ୍ରୀ ୯୦ ପର୍ସେଣ୍ଟାଇଲ୍‌‌ରୁ ଅଧିକ ରଖିଛନ୍ତି। ସାଇ ଇଣ୍ଟନ୍ୟାସନାଲ୍‌‌ର ଚେୟାରପର୍ସନ ଡଃ ଶିଳ୍ପୀ ସାହୁ ଅମୃତାଂଶୁ ଏବଂ ଜେଇଇ ମେନ୍‌‌ରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।