ଜିଏସଟି ଆଦାୟ ୧ଲକ୍ଷ କୋଟି ଟପିଲା

ଜିଏସଟି ଆଦାୟ ୧ଲକ୍ଷ କୋଟି ଟପିଲା

ଜିଏସଟି ଆଦାୟ ୧ଲକ୍ଷ କୋଟି ଟପିଲା
ନୂଆଦିଲ୍ଲୀ: କ୍ରମାଗତ ଭାବେ ତୃତୀୟ ମାସ ପାଇଁ ଦେଶର ଜିଏସଟି ଆଦାୟ ରାଶି ୧ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ମେ ମାସରେ ଜିଏସଟି ଆଦାୟ ପରିମାଣ ୧,୦୦,୨୮୯ କୋଟି ଟଙ୍କାରେ ପହଚିଂଛି । ଗତ ଏପ୍ରିଲ ମାସରେ ଜିଏସଟି ଆଦାୟ ରାଶି ରେକର୍ଡ ୧,୧୩,୮୬୫ କୋଟି ଛୁଇଁବାବେଳେ ଗତ ମାର୍ଚ୍ଚରେ ଏହା ୧,୦୬,୫୭୭ କୋଟି ଟଙ୍କା ରହିଥିଲା । ଚଳିତବର୍ଷ ମେ ମାସରେ ଆଦାୟ ହୋଇଥିବା ଜିଏସଟି ପରିମାଣ ଗତବର୍ଷ ମେ ମଙ୍କସର ୯୪,୦୧୬ କୋଟି ଟଙ୍କା ତୁଳନାରେ ୬.୬୭ ପ୍ରତିଶତ ଅଧିକ । ଏଥିସହିତ ୨୦୧୮-୧୯ ଆର୍ଥିକ ବର୍ଷରେ ଆଦାୟ ହୋଇଥିବା ମାସିକ ହାରାହାରି ଜିଏସଟି ରାଶି ତୁଳନାରେ ମେ ମାସରେ ୨.୨୧ ପ୍ରତିଶତ ଜିଏସଟି ଆଦାୟ ହୋଇଛି । ଚଳିତ ବର୍ଷ ଏପ୍ରିଲରୁ ମେ ୩୧ ତାରିଖ ମଧ୍ୟରେ ମୋଟ ୭୨.୪୫ ଲକ୍ଷ ଜିଏସଟିଆର ୩ ବି ରିଟର୍ଣ୍ଣ ଦାଖଲ ହୋଇଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।