ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ
ମୁମ୍ବାଇ : ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଅର୍ଥନୈତିକ ମୁଦ୍ରାନୀତି ସମ୍ପର୍କରେ ଘୋଷଣା କରିଛନ୍ତି । ଶୁକ୍ରବାର ଆରବିଆଇ ପକ୍ଷରୁ ଘୋଷିତ ମୁଦ୍ରାନୀତିରେ ରେପୋରେଟକୁ ଅପରିବର୍ତ୍ତିତ ରଖାଯାଇଛି । ରେପୋ ରେଟ୍ ପୂର୍ବବତ ୪ ପ୍ରତିଶତ ରହିଛି । ମାନ୍ଦାବସ୍ଥା ଲାଗିରହିଥିବା ବେଳେ ଉନ୍ନତ ମୌସୁମୀ କାରଣରୁ କୃଷି ବ୍ୟବସ୍ଥାରେ ସୁଧାର ଦେଖା ଦେବା ନେଇ ଆକଳନ କରିଛନ୍ତି ଶକ୍ତିକାନ୍ତ ଦାସ । ତେବେ ସମଗ୍ର ବିଶ୍ୱର ଅର୍ଥନୀତି ତଳୁଆ ରହିଥିବାରୁ ରେପୋରେଟ୍ ଅପରିବର୍ତ୍ତିତ ରଖିବାକୁ ଆରବିଆଇ ବାଧ୍ୟ ହୋଇଛି ବୋଲି ଗଭର୍ଣ୍ଣର କହିଛନ୍ତି । ରେପୋ ରେଟ ଅପରିବର୍ତ୍ତିତ ରହିବା ଦ୍ୱାରା ଗ୍ରାହକଙ୍କୁ ଋଣ ହାସଲରେ ସୁବିଧା ହେବ ବୋଲି ମଧ୍ୟ ପ୍ରେସ୍ମେିଟ୍ରେ ଉଲ୍ଲେଖ କରିଛନ୍ତି ଶକ୍ତିକାନ୍ତ । ସେହିପରି ଚଳିତ ଅଭିବୃଦ୍ଧି ବିଗତ ୬ ଦଶକ ମଧ୍ୟରେ ସର୍ବନିମ୍ନ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।