ଜାକଲିନ ଫର୍ଣ୍ଣାଡ଼ିଜଙ୍କୁ ୮ଘଣ୍ଟା ଧରି ଜେରା
ଜାକଲିନ ଫର୍ଣ୍ଣାଡ଼ିଜଙ୍କୁ ୮ଘଣ୍ଟା ଧରି ଜେରା

ନୂଆଦିଲ୍ଲୀ: ବେଆଇନ ଚାନ୍ଦା ଆଦାୟ ଅଭିଯୋଗରେ ଦିଲ୍ଲୀ ପୁଲିସ ବୁଧବାର ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡ଼ିଜଙ୍କୁ ଜେରା କରିଛି । ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ର ସମନ ଆଧାରରେ ଜାକଲିନ ହାଜର ହୋଇଥିଲେ । ହାଜର ପରେ ଇଓଡ଼ବ୍ଲୁ୍ୟର ଅଧିକାରୀମାନେ ତାଙ୍କୁ ଦୀର୍ଘ ୮ଘଣ୍ଟା ଜେରା କରିଥିଲେ ।
ଜେରା ସମୟରେ ଜାକଲିନଙ୍କ ଉତ୍ତରରେ ଅସମାନତା ଦେଖାଯାଇଥିବା ପୁଲିସ କହିଛି । ଜାକଲିନଙ୍କ ସହିତ ତାଙ୍କର ସାଥୀ ତଥା ସହଯୋଗୀ ପିଙ୍କି ଇରାନୀ ସାମିଲ ହୋଇଥିଲେ । ପିଙ୍କିଙ୍କୁ ମଧ୍ୟ ପୁଲିସ ଜେରା କରିଥିଲା । ପ୍ରଥମେ ଉଭୟଙ୍କୁ ଅଲଗା ଅଲଗା ଜେରା କରାଯାଇଥିଲା । ପରେ ଉଭୟଙ୍କୁ ଏକାଠି ଜେରା କରାଯାଇଥିଲା । ଜାକଲିନଙ୍କୁ ସୁକେଶ ଚନ୍ଦ୍ରଶେଖରଙ୍କ ସହିତ ସାକ୍ଷାତ କରାଇବାରେ ପିଙ୍କି ସହଯୋଗ କରିଥିଲେ । ଜାକଲିନଙ୍କ ସାଥୀ ସୁକେଶ ବିଭିନ୍ନ ବଡ଼ବଡ଼ ବ୍ୟବସାୟୀଙ୍କ ଠାରୁ ମିଥ୍ୟା ପରିଚୟରେ ଧମକାଇବାରେ ପୂର୍ବକ ପ୍ରାୟ ୨୦୦ କୋଟି ଚାନ୍ଦା ଆଦାୟ କରିଥିଲେ । ଏହି ଚାନ୍ଦା ଆଦାୟରେ ସୁକେଶ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ଜାକଲିନ ତାଙ୍କୁ ସହଯୋଗ କରିବା ସହିତ ଏହାର ଭାଗ ବିଭିନ୍ନ ଉପହାର ଆକାରରେ ନେଇଥିବା ଅଭିଯୋଗ ହୋଇଛି ।