ଜଳିଗଲା ଜଳ ଯୋଗାଣ ପ୍ରକଳ୍ପ ପ୍ଲାଷ୍ଟିକ୍ ପାଇପ୍
ଜଳିଗଲା ଜଳ ଯୋଗାଣ ପ୍ରକଳ୍ପ ପ୍ଲାଷ୍ଟିକ୍ ପାଇପ୍
ପଦ୍ମପୁର : ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍ ପାଇପ୍। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆସିଥିବା ପାଇପ୍ ଗୁଡ଼ିକୁ ଗଦା କରି ରଖାଯାଇଥିବା ବେଳେ ସେଗୁଡ଼ିକ ଜଳିଯାଇଛି। ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକର ତେଲିପାଲିରେ ଘଟିଛି ଏହି ଘଟଣା।
ତେଲପାଲିର ଏକ ପଡ଼ିଆରେ ଏହି ପ୍ଲାଷ୍ଟିକ୍ ପାଇପ୍ ଗୁଡ଼ିକୁ ରଖାଯାଇଥିଲା। କୌଣସି କାରଣରୁ ରାତି ପ୍ରାୟ ୨ଟା ବେଳେ ପାଇପ୍ ଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ପାଇପ୍ ଗୁଡ଼ିକ ହୁତୁହୁତୁ ହୋଇ ଜଳିଥିଲା। ଖବର ପାଇ ଅଗ୍ନଶମ ବାହିନୀ ଓ ବନ ବିଭାଗ କର୍ମଚାରୀ ପହଞ୍ଚିଥିଲେ ଏବଂ ନିଆଁକୁ ଆୟତ୍ତ କରିଥିଲେ।
ପୁଲିସ ଘଟଣାର ତଦନ୍ତ କରୁଛି।




admin 