ଜମ୍ମୁକାଶ୍ମୀରରେ ଏନକାଉଣ୍ଟର, ୯ ଆତଙ୍କବାଦୀ ନିହତ ।

ଜମ୍ମୁକାଶ୍ମୀରରେ ଏନକାଉଣ୍ଟର, ୯ ଆତଙ୍କବାଦୀ ନିହତ ।

ଜମ୍ମୁକାଶ୍ମୀରରେ ଏନକାଉଣ୍ଟର, ୯ ଆତଙ୍କବାଦୀ ନିହତ ।
ଜାମ୍ମୁକାଶ୍ମୀରର ସୋପିଆନ ଜିଲ୍ଳାରେ ୯ ଆତଙ୍କବାଦୀଙ୍କୁ ଗୁଳି କରି ଟଳାଇ ଦେଇଛନ୍ତି ସୁରକ୍ଷାକର୍ମୀ । ଗତ ୨୪ ଘଂଟା ମଧ୍ୟରେ ଏହି ଆତଙ୍କବାଦୀଗୁଡ଼ିଙ୍କୁ ହତ୍ୟା କରାଯାଇଛି । ଗତକାଲି ୫ ଆତଙ୍କବାଦୀ ମରିଥିବାବେଳେ ଆଜି ୪ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ନିହତ ଆତଙ୍କବାଦୀମାନେ ହିଜବୁଲ ମୁଜାହିଦ୍ଧିନର ସଦସ୍ୟ ବୋଲି ଜଣାପଡ଼ିଛି । ଅପରପକ୍ଷରେ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବଳ ମୁତୟନ କରାଯିବା ସହ ଇଂଟରନେଟ ସେବା ବନ୍ଦ କରି ଦିଆଯାଇଛି । ଲୋକମାନଙ୍କୁ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ସୋପିଆନର ପିଞ୍ଜରାରେ ଆତଙ୍କବାଦୀମାନେ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲା । ଏନକାଉଂଟରରେ ହିଜବୁଲର ଟପ କମାଣ୍ଡର ଫାରୁକ ଅହମ୍ମଦ ଭଟ୍ଟ, ସେକଲନ ଅହମ୍ମଦ ବଗର ଓ ସଫୈତ ଅମିନ ନାୟକ ନିହତ ହୋଇଥିଲେ । ଫାରୁକ ମୋଷ୍ଟ ୱାଂଟେଡ଼ ତାଲିକାରେ ଥିବାବେଳେ ତାକୁ ହଟାଇବା ପାଇଁ ସେନା ପ୍ରୟାସ କରି ଆସୁଥିଲା ।