ଜନ୍ମ ଦିନରେ ଶେଷ ନିଶ୍ୱାସ ତ୍ୟାଗ କଲେ ଡିଏମକେ ବିଧାୟକ ଜେ ଅମ୍ବାଜଗନ ।

ଜନ୍ମ ଦିନରେ ଶେଷ ନିଶ୍ୱାସ ତ୍ୟାଗ କଲେ ଡିଏମକେ ବିଧାୟକ ଜେ ଅମ୍ବାଜଗନ ।

ଜନ୍ମ ଦିନରେ ଶେଷ ନିଶ୍ୱାସ ତ୍ୟାଗ କଲେ ଡିଏମକେ ବିଧାୟକ ଜେ ଅମ୍ବାଜଗନ ।
କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ଡିଏମକେ ବିଧାୟକ ଜେ ଅମ୍ବାଜଗନ ଆଜି ସକାଳେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତ। ଦୁଃଖର ବିଷୟ ଆଜି ମଧ୍ୟ ତାଙ୍କର ୬୨ତମ ଜନ୍ମଦିନ। ଅମ୍ବାଜଗନଙ୍କର ଅନ୍ୟାନ୍ୟ ଶାରୀରିକ ଅସୁସ୍ଥତା ମଧ୍ୟ ଥିଲା। ଜୁନ୍ ୨ ତାରିଖ ଦିନ ଡିଏମକେ ବିଧାୟକ ଜେ ଅମ୍ବାଜଗନଙ୍କୁ ଚେନ୍ନାଇସ୍ଥିତ ରେଲା ଇନ୍ଷ୍ଟିଚ୍ୟୁଟ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କୋଭିଡ ପଜେଟିଭ ବାହାରିଥିଲା । ଏହା ସହିତ ସେ ଅନ୍ୟାନ ରୋଗରେ ମଧ୍ୟ ପୀଡିତ ଥିଲେ । ଜୁନ୍ ୩ ତାରିଖ ଦିନ ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିଲା। ହେଲେ ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ସହିତ ଆଜି ସକାଳେ ପରଲୋକ ଯାତ୍ରା କରିଛନ୍ତି ।