ଚିଲିକାରେ ପକ୍ଷୀ ଶିକାରବେଳେ ପହଞ୍ଚିଗଲା ବନବିଭାଗ, ଦୌଡିଲେ ଶିକାରୀ
ଚିଲିକାରେ ପକ୍ଷୀ ଶିକାରବେଳେ ପହଞ୍ଚିଗଲା ବନବିଭାଗ, ଦୌଡିଲେ ଶିକାରୀ
ଚିଲିକା : ଶୀତ ଦିନେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । ପକ୍ଷୀଙ୍କ ପାଇଁ ଆହୁରି ସୁନନ୍ଦର ହୋଇଉଠେ ଚିଲିକା । କିନ୍ତୁ ଚିଲିକାର କାଳୁପଡା ମୁହାଣ ନିକଟରେ ପକ୍ଷୀ ଶିକାର ହେଉଥିବା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ଗତକାଲି ସେଠାରେ ପହଞ୍ଚି ଚଢାଉ କରିଥିଲା । ବନ ବିଭାଗକୁ ଦେଖି ଅନ୍ୟ ଶିକାରୀମାନେ ସେଠାରୁ ଖସି ପଳାଇଯାଇଥିବା ବେଳେ ଜଣେ ଶିକାରୀକୁ ବନ ବିଭାଗ କର୍ମଚାରୀ ଗିରଫ କରିଥିଲେ । ସେମାନେ ଶିକାର କରିଥିବା ୫ଟି ବିଦେଶାଗତ ପକ୍ଷୀଙ୍କ ମୃତଦେହ ବନବିଭାଗ ଜବତ କରିଥିଲା । ଶିକାରୀ ପ୍ରକାଶ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜର ସୂଚନା ଦେଇଛନ୍ତି ।
ସୂଚନାଥାଉକି ଶୀତଦିନରେ ଚିଲିକାକୁ ବିଦେଶାଗତ ପକ୍ଷୀମାନଙ୍କୁ ଆଗମନ ହୋଇଥାଏ । ଏଥିପାଇଁ ବନ ବିଭାଗ ଏକ କ୍ୟାମ୍ପ କରି ପକ୍ଷୀମାନଙ୍କୁ ଶିକାରୀଙ୍କ କବଳରୁ ସୁରକ୍ଷା ଦେଇଥାଏ । ଏଭଳି ପକ୍ଷୀଙ୍କୁ ଶିକାର କରିବା ଦଣ୍ଡନୀୟ ଅପରାଧ ।




admin 