ଚିଙ୍ଗୁଡି କବାବ

ଚିଙ୍ଗୁଡି କବାବ

ଚିଙ୍ଗୁଡି କବାବ
ଚିଙ୍ଗୁଡି କବାବ ସାମଗ୍ରୀ: -୧୨ ଚିଙ୍ଗୁଡି ୧୮ ସେମି ସାଇଜର -ଗୋଟିଏ ପିଆଜ - ଦେଢ ସେମି ଅଦା -ଗୋଟିଏ ରସୁଣ - ୬ ଟି କଂଚା ଲଙ୍କା -ଫାଳେ କାଗଜି ଲେମ୍ବୁ -୧୮ ସେମି ସାଇଜର ୧୨ ଟି ନଡିଆ ଖଡିକା -୨୪ ଟା କିସମିସ -୨୪ ଟା ଅଧା ଖଣ୍ଡ କାଜୁ -ଦରକାର ମୁତାବକ ଲୁଣ ପ୍ରଣାଳୀ ଚିଙ୍ଗୁଡି ନିଶ ପ୍ରଭୃତି ବାହାର କରି ମୁଣ୍ଡ ଚୋପା ଗୋଟିଏ ସାଇଡରୁ ଛଡାଇ ଆସ୍ତେ ଆସ୍ତେ ମୁଣ୍ଡ ଭିତରଟା ସଫା କରିଦେବେ । ଏହାକୁ ଭଲଭାବରେ ଧୋଇ ନେଇ ଲୁଣ ଓ ହଳଦୀ ଦେଇ ଗୋଳାଇ ରଖିବେ । ପିଆଜ, ଅଦା ,ରସୁଣ, ଓ କଂଚାଲଙ୍କା ବଟା ନେଇ ଲେମ୍ବୁ ରସ ମିଶାଇ ମାଛରେ ଭଲଭାବରେ ଗୋଳାଇ ଦୁଇଘଂଟା ରଖିବେ । ୨ ଖଣ୍ଡ କାଜୁ ଓ ୨ ଖଣ୍ଡ କିସମିସ ପ୍ରତି ଚିଙ୍ଗୁଡି ମୁଣ୍ଡରେ ଆସ୍ତେ ଆସ୍ତେ ପୂରେଇ ଦେବେ । ଚିଙ୍ଗୁଡିକୁ ସିଧା ଭାବରେ ଲମ୍ବାରେ ଗୋଟିଏ ପାପୁଲିରେ ଧରି ନଡିଆ ଖଡିକା ଲାଞ୍ଜ ପାଖରୁ ଗୁଞ୍ଜି ଦେହ ଭିତରେ ପୂରେଇ ମୁଣ୍ଡ ପର୍ଯ୍ୟନ୍ତ ନେଇ ରଖିବେ । ଏପରି ଭାବରେ ସବୁ ଚିଙ୍ଗୁଡି କରିନେବେ । ତାୱାରେ ୨ ଟେବୁଲ ଚାମଚ ତେଲ ଦେଇ ସବୁ ଚିଙ୍ଗୁଡିକୁ ବଳିଥିବା ମସଲା ପାଣି ଦେଇ ଆସ୍ତେ ଆସ୍ତେ କମ ନିଆଁରେ ଓଲଟ ପାଲଟ କରି ଭାଜବେ । ଯେତେବେଳେ ଚିଙ୍ଗୁଡି ସିଝି ଯାଉଛି ବୋଲି ଜାଣବେ ଓଭଲ ରୂପେ ବାସିବ ସେତେବେଳେ ଚିଙ୍ଗୁଡି କବାବ ଓହ୍ଳାଇ ନେବେ । ପ୍ଳେଟରେ ଲମ୍ବା ଲମ୍ବା ଭାବରେ ରଖି ତା ଉପରେ ସିଝା ଅଦା, ପିଙ୍ଗର, ଚିପସ ଓ ପିଆଜ, ଟମାଟୋ କଟା ସଜାଇ ନେବେ । ଧନିଆପତ୍ର କଟା ସେଥିରେ ଛିଂଚି ଦେଇ ଖାଇବାକୁ ଦେବେ ।