ଚଳିତ ମାସରେ ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ

ଚଳିତ ମାସରେ ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ

ଚଳିତ ମାସରେ ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ଚଳିତ ମାସରେ ଲଗାତାର ୪ ଦିନ ପାଇଁ ବନ୍ଦ ରହିବ ସମସ୍ତ ବ୍ୟାଙ୍କ । ବ୍ୟାଙ୍କ ସେବା ବନ୍ଦ କାରଣରୁ ଗ୍ରାହକଙ୍କ ଉପରେ ଏହା ବିଶେଷ ପ୍ରଭାବ ପକାଇପାରେ । ତେବେ ଜାଣନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା  ।

ଏପ୍ରିଲ ୧୪ ତାରିଖରୁ ୧୭ ତାରିଖ ଯାଏଁ ଦେଶରେ ବ୍ୟାଙ୍କ ସେବା କ୍ରମାଗତ ବନ୍ଦ ରହିବ  । ଏପରି ଛୁଟି ନିଷ୍ପତ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା ହୋଇଛି  । ଏପ୍ରିଲ ୧୪ ତାରିଖରେ ଆମ୍ବେଦକରଙ୍କ ଜୟନ୍ତି ହୋଇଥିବାରୁ ଏହା ଏକ ଜାତୀୟ ଛୁଟି ଦିନ ହୋଇଥିବାବେଳେ ଏପ୍ରିଲ ୧୫ ତାରିଖ ହେଉଛି ଗୁଡ୍ ଫ୍ରାଇଡେ  । ଏପ୍ରିଲ ୧୬ ତାରିଖ ହେଉଛି ମାସର ତୃତୀୟ ଶନିବାର  । ଯଦିଓ ତୃତୀୟ ଶନିବାର ବ୍ୟାଙ୍କ ସେବା ବନ୍ଦ ରୁହେନାହିଁ କିନ୍ତୁ ଏହି ଦିନ ଆସାମର ପ୍ରସିଦ୍ଧ ବିହୁ ପର୍ବ ପଡୁଥିବାରୁ ଏପ୍ରିଲ ୧୬ରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ ବୋଲି କୁହାଯାଇଛି  ।

ଏହାସହ ଏପ୍ରିଲ ୧୭ ତାରିଖ ରବିବାର ହୋଇଥିବାରୁ ଲଗାତାର ୪ ଦିନ ଛୁଟି ପଡୁଥିବାରୁ ବ୍ୟାଙ୍କ ସେବା ବନ୍ଦ ରହିବ ତେଣୁ ଯଦି ଆପଣଙ୍କ କୌଣସି ଜରୁରୀ ବ୍ୟାଙ୍କ କାମ ରହିଛି, ତୋବ ଯଥାଶୀଘ୍ର ସାରିବାକୁ ଚେଷ୍ଟା କରନ୍ତୁ ।